ଟ୍ରଲି-ବ୍ୟାଗରେ ଶବ: ସ୍ୱାମୀକୁ ହତ୍ୟା କରି ବୁକୁ ଫଟାଇ କାନ୍ଦୁଥିଲେ ଏହି ମହିଳା, ସେଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ, ଦେଖନ୍ତୁ ଭିଡ଼ିଓ

 

ସ୍ୱାମୀ ମରିଯାଇଥିବା ଖବର ପାଇଁ ମିଡିଆ ଆଗରେ ବୁକୁ ଫଟାଇ କାନ୍ଦୁଥିଲେ ଏହି ମହିଳା। "ମୋ ଧନକୁ କିଏ ମାଇଲା ଲୋ... ମୁଁ କିଛି ଜାଣିପାରୁନି... ମୋ ସବୁ କିଛି ଭାସିଗଲା…"। ଗୋଟିଏ ଦିନ ପୂର୍ବରୁ ଏଭଳି କହି ମହିଳା ଜଣକ କାନ୍ଦୁଥିବା ବେଳେ ସେ ହିଁ ନିଜ ସ୍ୱାମୀକୁ ହତ୍ୟା କରିଥିବା ଜଣାପଡ଼ିଛି। ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ସୁଟକେସ୍‌ରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।

ମିଳିଥିବା ସୂଚନା ଅନୁଯାଇ ମନୋରଞ୍ଜନଙ୍କ ପତ୍ନୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ମିଲି ନିଜର ଜଣେ ସମ୍ପର୍କୀୟ ଭାଇ ଏବଂ ଆଉ ଜଣେ ସହଯୋଗୀଙ୍କ ସହିତ ମିଶି ଏଭଳି କାଣ୍ଡ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମନୋରଞ୍ଜନ ନିୟମିତ ଭାବରେ ମିଲିଙ୍କୁ ମାରଧର କରୁଥିବାରୁ ନିର୍ଯ୍ୟାତନା ସହିନପରି ସେ ଏଭଳି ଅପରାଧ କରିଥିବା ସ୍ୱୀକାର କରିଛି।

<a href=https://youtube.com/embed/WqzZhoVK27o?autoplay=1&mute=1><img src=https://img.youtube.com/vi/WqzZhoVK27o/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ମିଲି ଏବଂ ତାର ସହଯୋଗୀ ମିଶି ମନୋରଞ୍ଜନଙ୍କ ବେକରେ ରଶି ଲଗାଇ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ଏକ ଟ୍ରଲିବ୍ୟାଗ୍ କିଣିଆଣି ସେଥିରେ ମନୋରଞ୍ଜନଙ୍କ ମୃତଦେହକୁ ଭର୍ତ୍ତି କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ। ପୋଲିସ ତିନି ଅଭିଯୁକ୍ତଙ୍କୁ ଚଣ୍ଡେଶ୍ୱର ସ୍ଥିତ ଭଡାଘର ଓ ହରିପୁର ଜଙ୍ଗଲରେ ଯେଉଁଠି ବ୍ରିଫକେସ୍ ପଡିଥିଲା ସେ ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିବା ଜଣାପଡ଼ିଛି।