ଓଡ଼ିଶାରେ ପୁଣି ଲଜ୍ଜା! ନାବାଳିକାକୁ ଅପହରଣ କରି ୪ ଦିନ ଯାଏଁ ବଳାତ୍କାର କରିଲା ଗାଡ଼ି ଡ୍ରାଇଭର୍, ଆଉ ତାପରେ...

 

ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ବଢିବାରେ ଲାଗିଛି। ଖାସ୍ କରି ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ଗୁଡିକର ସଂଖ୍ୟା ବଢ଼ିଛି। କିଛି ଦିନ ତଳେ ପାରାଦ୍ବୀପ ଅଞ୍ଚଳରେ ଜଣେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ମନରୁ ଲିଭିନଥିବା ବେଳେ ଏବେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ପାରାଦ୍ବୀପ ସ୍ଥିତ ଲକ୍ ଥାନା ଅଞ୍ଚଳରୁ ଏଭଳି ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ପୀଡିତା ନାବାଳିକା ଜଣକ ପାରାଦୀପ ଆଦର୍ଶ ଥାନା ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଅଟନ୍ତି। ପ୍ରତିଦିନ ତାଙ୍କୁ ସ୍କୁଲକୁ ନେଉଥିବା ଗାଡ଼ି ଡ୍ରାଇଭର ହିଁ ଅପହରଣ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଗତ ୫ ଦିନ ତଳେ ସେ ନାବାଳିକାଙ୍କୁ ଅପହରଣ କରି ଏକ ଘରେ ବନ୍ଦ କରି ରଖିଥିଲା।

ଝିଅ ନିଖୋଜ ଥିବାରୁ ପରିବାର ଲୋକେ ଏଥିନେଇ ଥାନାର ଦ୍ୱାରସ୍ତ ହୋଇଥିଲେ। ପୋଲିସ ଉକ୍ତ ଡ୍ରାଇଭରକୁ ଏଥିନେଇ ପଚାରିଥିଲେ ହେଁ ସେ କିଛି ଜାଣିନଥିବା କହିଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ପୀଡିତାଙ୍କ ପରିବାର ଲୋକେ ଡ୍ରାଇଭରକୁ ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସିଥିଲା। ପୋଲିସ ଗତ ଶନିବାର ଦିନ ପୀଡିତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।