ହୋମୱର୍କ ନକରିବାରୁ ଏମିତି ଦଣ୍ଡ: ୫ ବର୍ଷୀୟ ଶିଶୁକୁ ମାତ୍ର ୩୦ ସେକେଣ୍ଡରେ ୧୦ ଚାପୁଡ଼ା ମାରିଲେ ଶିକ୍ଷୟତ୍ରୀ, ଦେଖନ୍ତୁ ଭିଡ଼ିଓ

 

ସ୍କୁଲକୁ ହୋମୱାର୍କ ନ କରି ଗଲେ ଶିକ୍ଷକଙ୍କ ଠାରୁ ମାଡ଼ ଗାଳି ଖାଇବା କିଛି ନୂଆ କଥା ନୁହେଁ। ଭୁଲ କରିଥିବା ପିଲାକୁ ଶାସନ କରିବାର ମଧ୍ୟ କିଛି ନିୟମ ଏବଂ ସୀମା ରହିଛି। କିନ୍ତୁ, ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ବୋଧୁଏ ଶିକ୍ଷୟତ୍ରୀ ଜଣକ ସବୁକିଛି ଭୁଲି ଯାଇଛନ୍ତି। କାରଣ ଏପରି ହୋଇନଥିଲେ ଏକ କୋମଳମତି ଛୋଟ ଝିଅଟିକୁ ସେ ଏପରି ନିର୍ମମ ଭବାରେ ପିଟିନଥାନ୍ତେ।

ଉତ୍ତରପ୍ରଦେଶର ଓସୋହା ବ୍ଲକର ଇସଲାମନଗର ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଶିକ୍ଷୟତ୍ରୀ ଜଣକ କୁନି ଝିଅଟିକୁ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ୧୦ଟି ଚାପୁଡ଼ା ମାରିଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାଇ ଗତ ୯ ତାରିଖରେ ଇସଲାମ ନଗରରେ ରହୁଥିବା ରମେଶ କୁମାରଙ୍କ ଝିଅ ସ୍କୁଲକୁ ଯାଇଥିଲା। ତେବେ, କୌଣସି କାରଣବଶତଃ ସେ ଦିଆଯାଇଥିବା ହୋମୱାର୍କ କରି ପାରିନଥିଲା। ଏତିକି କଥାରେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀ ଜଣକ ତାକୁ ନିର୍ମମ ମାଡ଼ ମାରିଥିଲେ। ଦେଖନ୍ତୁ ଭିଡ଼ିଓ:-