ଯୌତୁକ ପାଇଁ ନବବଧୂକୁ ହାଣିଲେ ଶାଶୂଘର ଲୋକେ! ICUରେ ଜୀବନ ସହ ସଂଗ୍ରାମ କରୁଛନ୍ତି ପିଡ଼ିତା, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ଯୌତୁକ ପାଇଁ ପଶୁ ପାଲଟିଗଲେ ସ୍ୱାମୀ ଏବଂ ଶାଶୂଘର ଲୋକେ। ବିବାହର ମାତ୍ର ୧୦ ଦିନ ହୋଇଥିବା ବେଳେ ୨ ଲକ୍ଷ ଟଙ୍କା ଯୌତୁକ ପାଇଁ ନବବଧୂଙ୍କୁ ହାଣି ଲହୁଲୁହାଣ କରିଥିବା ଭଳି ମାମଲା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କଟକରେ ଘଟିଥିବା ବେଳେ ପୀଡିତା ଜଣକ ଆଇସିୟୁରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାଇ ଗତ ଜୁନ ୨୫ ତାରିଖରେ ବୟାଳିଶି ମୌଜାର ଭାଗିରଥି ଦାସଙ୍କ ପୁଅ ପ୍ରଭାତ ଦାସଙ୍କୁ କଟକ ପୋପରଡ଼ାର ଅଶୋକ ଦାସଙ୍କ ଝିଅ ସୋନିଆ ଦାସ ବିବାହ କରିଥିଲେ। ତେବେ, ବିବାହ ପରେ ପରେ ଶାଶୂଘର ଲୋକେ ଯୌତୁକ ୨ ଲକ୍ଷ ଟଙ୍କା ମାଗିଥିଲେ। ଏପରିକି ଚତୁର୍ଥୀ ପରଠାରୁ ହିଁ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା।

ଶେଷରେ ଗତ ୫ ତାରିଖ ଦିନ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ ନିସ୍ତୁକ ପିଟିବା ସହିତ ଧାରୁଆ ଅସ୍ତ୍ରରେ ବେକ, ମୁଣ୍ଡ, କାନ ଓ ପିଠିକୁ ହାଣି ଦେଇଥିଲେ। ଏହାପରେ ସୋନିଆଙ୍କ ଭଉଣୀଙ୍କୁ ଫୋନ କରି ତାଙ୍କ ଦେହ ଖରାପ ଥିବା କହିଥିଲେ। ସୋନିଆଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ସହିତ ପ୍ରଭାତ ଏବଂ ତାଙ୍କ ପରିବାର ନାଁରେ ଲିଖିତ ଅଭିଯୋଗ କରିଛନ୍ତି।