ପାର୍ଲରରେ ୫୦ ହଜାର ଟଙ୍କାର ମେକ୍‌ଅପ୍ ନେଇ ମା' ଝିଅ ଫେରାର, ପୋଲିସ୍ ଖୋଜି ନୟାନ୍ତ, ଜାଣନ୍ତୁ ପୂରା ଘଟଣା

 

ଆଜିକାଲି ସୋସିଆଲ ମିଡିଆରେ ଏକ ଠକ ମାଆ ଝିଅଙ୍କର ଖବର ଖୁବ ଭାଇରାଲ ହେଉଛି। ସେମାନେ ଏକ ପାର୍ଲରରେ ୫୦ ହଜାର ଟଙ୍କାର ବିଳାସପୂର୍ଣ୍ଣ ମେକଅପ୍ ଏବଂ ବ୍ୟୁଟି ଟ୍ରିଟମେଣ୍ଟ ନେବାପରେ ଟଙ୍କା ନ ଦେଇ ଫେରାର ହୋଇ ଯାଇଥିବା ଜଣାଯାଇଛି। ପାର୍ଲର ମାଲିକ ସୋସିଆଲ ମିଡିଆ ମାଧ୍ୟମରେ ଠକ ଦ୍ୱେୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ପାର୍ଲରର ମାଲିକାଣୀ ସେମାନଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି। ଘଟଣାର ତଦନ୍ତ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପାର୍ଲରର ମାଲିକ ୨୮ ବର୍ଷୀୟ ଜେଡ୍ ଆଡାମସ୍ କହିଛନ୍ତି ଯେ "ଦୁଇ ଦିନ ପୂର୍ବରୁ ଦୁଇଜଣ ମହିଳା ତାଙ୍କ ଦୋକାନକୁ ଆସିଥିଲେ। ସେମାନେ ନିଜକୁ ମା ଏବଂ ଝିଅ ଭାବରେ ପରିଚୟ ଦେଇଥିଲେ। ଉଭୟ ମେକଅପ୍ ଏବଂ ଅନ୍ୟାନ୍ୟ ମହଙ୍ଗା ଚିକିତ୍ସା ସହିତ ବୋଟକ୍ସ ଚିକିତ୍ସା ମଧ୍ୟ କରାଇଥିଲେ।

 ସେମାନଙ୍କର ୪୮,୯୪୨ ଟଙ୍କାର ବିଲ୍ ହୋଇଥିବା ଜେଡ୍ କହିଛନ୍ତି। ତେବେ, ଟଙ୍କା ଦେବା ସମୟରେ ଝିଅ ବାହାରକୁ ଚାଲି ଯାଇଥିଲା। ଏହାପରେ ଝିଅକୁ ଖୋଜିବାର ନାଟକ କରି ମାଆ ମଧ୍ୟ ପାର୍ଲର ଛାଡ଼ି ଚାଲି ଯାଇଥିଲା। ତେବେ, ପାର୍ଲର ଛାଡିବା ସମୟରେ ମହିଳା ଜଣକ ଜାଣିଶୁଣି ସେଠାରେ ତାଙ୍କର ହ୍ୟାଣ୍ଡବ୍ୟାଗ୍ ଛାଡ଼ି ଦେଇଥିଲେ। ପରେ ସେହି ହ୍ୟାଣ୍ଡବ୍ୟାଗ୍ ଖୋଜା ଯାଇଥିଲେ ହେଁ ପୋଲିସକୁ ସେଥିରୁ କିଛି ମିଳିନଥିଲା।