ଝିଅକୁ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖିଦେଲାଲା ବାପା, ଆଉ ତାପରେ ଶେଷ କରିଦେଲା ସବୁକିଛି, ଜାଣନ୍ତୁ ପୂରା ଘଟଣା

 

ପ୍ରେମିକାର ଫୋନ କଲ୍ ପାଇ ରାତିରେ ଦେଖା କରିବା ପାଇଁ ଚାଲି ଆସିଥିଲା ପ୍ରେମିକ। କିନ୍ତୁ, ବିଧିରବିଧାନ ଥିଲା କିଛି ଅଲଗା ଅସଂଯତ ଅବସ୍ଥାରେ ଦେଖିନେଲା ପ୍ରେମିକାର ବାପା। ପ୍ରେମିକା ବାପା ହାତରୁ ମାଡ଼ ଖାଇ ଚାଲିଗଲା ଯୁବକଙ୍କ ଜୀବନ। ଗୋପବନ୍ଧୁନଗର ବ୍ଲକ୍‌ ଜୟପୁର ଗ୍ରାମରେ ଏଭଳି ଘଟଣା ଘଟିଥିବା ବେଳେ ଘଟଣାର ୪୮ ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ଲକ୍ଷ୍ମୀଧର ବାରିକଙ୍କ ପୁଅ ଶୁଭାଶିଷ କୁଆମରା ଡିଗ୍ରି କଲେଜରେ ପାଠ ପଢୁଥିଲେ। ସେଠାରେ ପଢ଼ିବା ସମୟରେ ତାଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ, ଏହି ସମ୍ପର୍କକୁ ପ୍ରେମିକାର ବାପା ନବୀନ ଆଚାର୍ଯ୍ୟ ବିରୋଧ କରି ଆସୁଥିଲେ। ଘଟଣା ଦିନ ରାତିରେ ଘରେ କେହି ନଥିବାରୁ ଯୁବତୀ ଜଣକ ନବୀନଙ୍କୁ ତାଙ୍କ ଘରକୁ ଡାକିଥିଲେ। ପ୍ରେମିକା ଠାରୁ ଖବର ପାଇ ଶୁଭାଶିଷ ସେଠାକୁ ବାହାରି ପଡ଼ିଥିଲେ। ବାଟରେ ଜୟପୁର ଛକରୁ ଗୁପ୍‌ଚୁପ୍‌ ଓ ଚାଟ୍ ନେଇ ରାତି ପ୍ରାୟ ୧୨ଟା ସମୟରେ ସେ ନବୀନଙ୍କ ଘରେ ପହଞ୍ଚିଥିଲେ। <a href=https://youtube.com/embed/Z47lPAIebNQ?autoplay=1><img src=https://img.youtube.com/vi/Z47lPAIebNQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">  ସେହିଦିନ ନବୀନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ନିଜ ଝିଅ ଏବଂ ସୁବଶିଷକୁ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନବୀନ ସୁବଶିଷଙ୍କ ଗୁପ୍ତଙ୍ଗକୁ ଏକ ଲୁହା ରଡ଼ରେ ପିଟିଦେଇଥିଲେ। ଗୁରୁତର ଅବସ୍ଥାରେ ସୁବଶିଷ କିଛି ବାଟ ଦୌଡ଼ି ପଳାଇଥିଲେ ହେଁ ଏକ ବିଲ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ହତ୍ୟା ବିଷୟରେ ଖବର ପାଇ ତନାଘନା ଆରମ୍ଭ କରିଥିଲା। ପ୍ରଥମେ ନବୀନଙ୍କ ପରିବାର ଲୋକେ ସତ କଥା କହୁନଥିଲେ ହେଁ ପରେ ମାରାଥନ ଜେରା ପରେ ତାଙ୍କ ଝିଅ ସବୁକଥା ମାନି ଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ଘର ଭିତରୁ ଆକ୍ରମଣରେ ବ୍ୟବହୃତ ଲୁହାରଡ୍ ଓ ରକ୍ତଭିଜା ଗାମୁଛା ଜବତ କରିବା ସହିତ ନବୀନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।