ଦେଖନ୍ତୁ ଭିଡ଼ିଓ: ହଜିଯାଇଛି ମାନବିକତା! କାରକୁ ଛୁଇଁ ଦେବାରୁ ପିଲାଟିକୁ ଏଭଳି ଗୋଇଠା ମାରିଲେ ଏହି ଯୁବକ….

 

ନିଜକୁ ଶିକ୍ଷିତ ଏବଂ ଜ୍ଞାନୀ ବୋଲି କୁହାଉଥିବା ଏହି ମଣିଷ ସମାଜରେ ଦିନକୁ ଦିନ ମାନବିକତା କମିବାରେ ଲାଗିଛି। ଏହାର ଏକ ସ୍ପଷ୍ଟ ଚିତ୍ର କେରଳରେ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ୬ ବର୍ଷର ଛୋଟ ପିଲାଟିଏ କାରକୁ ଛୁଇଁଦେବାରୁ କାର ମାଲିକ ତାକୁ ଗୋଇଠା ମାରୁଥିବା ଜଣାପଡିଛି। ଏହି ଘଟଣାର ସିସିଟିଭି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି।

କେରଳର କନ୍ନୁର୍ ଠାରେ ଏଭଳି ଏକ ଘଟଣା ଘଟିଯାଇଛି। ଥାଲାସେରୀ ଅଞ୍ଚଳରେ ରାସ୍ତା କଡରେ ଏକ ଗାଡି ପାର୍କ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଏହି ୬ ବର୍ଷର ବାଳକ ଏହା ଉପରେ ଭରା ଦେଇ ଠିଆ ହୋଇଥିଲା। ବାସ୍, ଏତିକିରେ ଗାଡ଼ି ଡ୍ରାଇଭର ଶିହଶାଦକୁ ରାଗ ଚଢ଼ି ଯାଇଥିଲା। ସେ ତୁରନ୍ତ ଗାଡିରୁ ବାହାରି ପିଲାଟିକୁ ଗାଳି କରିବା ସହିତ ଗୋଇଠା ମାରିଥିଲା।