ଦେଖନ୍ତୁ ଭିଡ଼ିଓ: ମଦ ପିଇ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କଲେ ଏହି ମହିଳା ଅଧିକାରୀ, ଭାଇରାଲ ହେଉଛି ଭିଡ଼ିଓ

 

ମଦୁଆମାନେ ରାସ୍ତା ଉପରେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ଯଦି ନିଶାସକ୍ତ ଅବସ୍ଥାରେ ଯଦି ଜଣେ ପ୍ରଶାସନିକ ଅଧିକାରୀ ଏପରି କରନ୍ତି ତେବେ ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ। ବହରାଇଚ ଜିଲ୍ଲାର ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏଥିପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି।

ମିଳିଥିବା ସୂଚନା ଅନୁଯାଇ ଦେବୀପଟନ ମଣ୍ଡଲର ଉପ ଶମ୍ରିକ କମିସନର ରଚନା କେଶରୱାନୀ ଶ୍ରମ ଦିବସ ଦିନ ମଦ ପିଇ ନିଶାସକ୍ତ ଅବସ୍ଥାରେ ରାସ୍ତା ଉପରେ ହଙ୍ଗାମା କରିଥିଲେ। ସେ ଲକ୍ଷ୍ନୌରୁ ନିଜେ ଗାଡ଼ି ଚଳାଇ ଗୋଣ୍ଡାକୁ ଆସୁଥିଲେ। କିନ୍ତୁ, ମ୍ୟାଡ଼ାମ୍ ଏତେ ମଦ ପିଇଥିଲେ ଯେ ସେ ତାଙ୍କ ବାଟ ଭୁଲି ଯାଇ ବହରାଇଚ ଆଡ଼େ ପଶି ଯାଇଥିଲେ। ପୋଲିସ ତାଙ୍କୁ ଠେଲିପେଲି କାର ଭିତରେ ବସାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରଚନା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଦେଖନ୍ତୁ ଭିଡ଼ିଓ:-