ବିବାହ କରିବାକୁ ବାଧ୍ୟ କରୁଥିଲେ ପରିବାର ଲୋକେ, ଉତକ୍ଷିପ୍ତ ହୋଇ ଭାବି ସ୍ୱାମୀର ତଣ୍ଟି କାଟିଦେଲେ ଯୁବତୀ, ଆଉ ତାପରେ...

 

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ତାଙ୍କ ଭାବି ସ୍ୱାମୀକୁ ହତ୍ୟା କରିବାକୁ ଚେଷ୍ଟା କରିଛି। ବାସ୍ତବରେ ଯୁବତୀଙ୍କ ପିତାମାତା ଝିଅର ବିବାହ ପାଇଁ ଏହି ଯୁବକଙ୍କୁ ବାଛିଥିଲେ, ଯାହା ଝିଅଟିର ପସନ୍ଦ ନଥିଲା। ପରିବାର ବିବାହ ପାଇଁ ଚାପ ପ୍ରୟୋଗ କରିବାରୁ ସେ ଉକ୍ତ ଯୁବକଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ। ସାକ୍ଷାତ ସମୟରେ ଝିଅଟି ସରପ୍ରାଇଜ୍ ଦେବାକୁ କହି ଆଖି ବନ୍ଦ କରିବାକୁ କହିଥିଲା। କିନ୍ତୁ, ଯୁବକ ଜଣକ ଆଖି ବନ୍ଦ କରୁ କରୁ ଯୁବତୀ ଜଣକ ଛୁରୀରେ ତାଙ୍କ ଗଳା କାଟି ଦେଇଥିଲା। ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ବିଶାଖାପାଟନମର ଚୋଡାଭାରାମରେ ଘଟିଛି। ପୋଲିସ କହିବା ଅନୁଯାଇ ଆହତ ରାମୁ ନାଇଡୁ ଏବଂ ପୁଷ୍ପା ଆସନ୍ତା ମାସରେ ବିବାହ କରିଥାନ୍ତେ। ୨୨ ବର୍ଷୀୟା ପୁଷ୍ପା ସ୍କୁଲ ଡ୍ରପଆଉଟ୍ ହୋଇଥିବା ବେଳେ ରାମୁ ନାଇଡୁ ହାଇଦ୍ରାବାଦର CSIR ରେ ଜଣେ ବୈଜ୍ଞାନିକ ଅଟନ୍ତି। ପୁଷ୍ପାଙ୍କୁ ବିବାହ କରିବା ପାଇଁ ରାମୁଙ୍କୁ ତାଙ୍କ ପିତାମାତା ପସନ୍ଦ କରିଥିଲେ। ଆସନ୍ତା ମେ ୨୦ ତାରିଖରେ ଦୁହେଁ ବିବାହ କରିବାକୁ ଯାଉଥିଲେ। ପୁଷ୍ପା ଏହି ବିବାହ କରିବାକୁ ଚାହୁଁନଥିଲେ କିନ୍ତୁ ଏଥିପାଇଁ ତାଙ୍କ ପରିବାର ସଦସ୍ୟ ଚାପ ପକାଉଥିଲେ।

ସୋମବାର ଦିନ ରାମୁ ପୁଷ୍ପାଙ୍କୁ ଭେଟିବାକୁ ଯାଇଥିଲେ। ସେମାନେ ପ୍ରଥମେ ସପିଂ କରିବାକୁ ଯାଇଥିଲେ ଏବଂ ପରେ ସାଇବାବା ଆଶ୍ରମ ପାହାଡ଼ ଉପରକୁ ଯାଇଥିଲେ। ସେହିଠାରେ ହିଁ ପୁଷ୍ପା ଧୋକା ଦେଇ ରମୁଙ୍କର ତଣ୍ଟି କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ରମୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ରାମୁଙ୍କର ବାଇକ ଦୁର୍ଘଟଣାରେ ଏଭଳି ଅବସ୍ଥା ହୋଇଥିବା ପୁଷ୍ପାଙ୍କ ପରିବାର ତରଫରୁ କୁହାଯାଇଥିଲା। କିନ୍ତୁ, ଆହତ ରାମୁ ପୋଲିସକୁ ବୟାନ ଦେବାପରେ ହିଁ ସମ୍ପୂର୍ଣ୍ଣ ସତ କଥା ସାମ୍ନାକୁ ଆସିଥିଲା।