ରାଜଧାନୀରେ ଡବଲ ମର୍ଡର! ସ୍ତ୍ରୀ ଓ ଶାଳୀକୁ ମାରି ଶବ ଲୁଚାଇଦେଲା ଅଭିଯୁକ୍ତ, ପୂରା ଘଟଣା ଜାଣି ହେବେ ତାଜୁବ୍

 

କ୍ରାଇମ୍ କ୍ୟାପିଟାଲ୍ ସାଜିଛି ଭୁବନେଶ୍ୱର, ଦିନକୁ ଦିନ ଏଠାରେ ଅପରାଧ ହାର ବଢୁଥିବା ବେଳେ ଗତକାଲି ଏଠାରେ ହୋଇଥିବା ଏକ ଡବଲ ମର୍ଡର ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଦୁର୍ଗାମଣ୍ଡପ ପଡ଼ିଆ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଏବଂ ଶାଳୀକୁ ହତ୍ୟା କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ବିଜୟ କେତନ ସେଠୀ ନିଶ୍ଚିତକୋଇଲି ଅଞ୍ଚଳର ଗାୟତ୍ରୀ ସେଠୀଙ୍କୁ ୨୦୧୧ ମସିହାରେ ବିବାହ କରିଥିଲା। ସେମାନେ ଚନ୍ଦ୍ରଶେଖରପୁର ଠାରେ ରହୁଥିବା ବେଳେ ସେମାନଙ୍କ ସହିତ ବିଜୟଙ୍କ ଶାଳୀ ସରସ୍ଵତୀ ସେଠୀ ମଧ୍ୟ ରହୁଥିଲେ। ସରସ୍ଵତୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବରେ କାମ କରୁଥିଲେ ବୋଲି ଜଣାପଡିଛି।

ତେବେ, ସ୍ତ୍ରୀ ଏବଂ ଶାଳୀ ଉଭୟେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବାରୁ ଉତକ୍ଷିପ୍ତ ହୋଇ ସେମାନଙ୍କୁ ହତ୍ୟା କରିଥିବା ବିଜୟ କେତନ ସ୍ୱୀକାର କରିଛନ୍ତି। ବିଜୟ ଗତ ୩ ଦିନ ତଳେ ସେମାନଙ୍କୁ ହତ୍ୟା କରି ଶବକୁ ଘରେ ଲୁଚାଇ ରଖିଥିଲା। ପ୍ରତିଦିନ ଶବକୁ ଦେଖିବା ପାଇଁ ସେ ଆସୁଥିଲେ ହେଁ ଗତକାଲି ସ୍ଥାନୀୟ ଲୋକେ ତାକୁ କାବୁ କରି ପୋଲିସର ଜିମା ଦେଇଥିଲେ। ଗାୟତ୍ରୀଙ୍କ ବାପଘର ଲୋକଙ୍କ ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।