ବୋହୂ ମାରିଲା ଶ୍ୱଶୁରର‌ ପ୍ରାଇଭେଟ୍ ପାର୍ଟକୁ ଏମିତି ଗୋଇଠା, ଘଟଣା ସ୍ଥଳରେ ଉଡିଗଲା ପ୍ରାଣବାୟୁ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

 

ଉଦ୍ଧତ ବୋହୂ ଗୋଇଠାରେ ଚାଲିଗଲା ଶ୍ୱଶୁରର ଜୀବନ। କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ରାଜସ୍ଥାନର ବାନ୍ସୱାଡା ଜିଲ୍ଲା କୁଶଳଗଡ଼ ଥାନା ଅର୍ନ୍ତଗତ ନାଥପୁରା ଗାଁରେ ଏଭଳି ହିଁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହରୁ ସୃଷ୍ଟି ହୋଇଥିବା ମାରପିଟରେ ଅଭିଯୁକ୍ତ ମହିଳା ଜଣକ ନିଜ ଶ୍ୱଶୁରର ଯୌନାଙ୍ଗକୁ ଏକାଧିକ ଥର ଗୋଇଠା ମାରିଥିଲେ ଯାହାକି ତାଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଥିଲା।

ମିଳିଥିବା ସୂଚନା ଅନୁଯାଇ ଜୁଲାଇ ୧୧ରେ ନାଥପୁରାର ବାସିନ୍ଦା ବାଦିଆ କଟାରା ଓ ତାଙ୍କ ବୋହୂଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ବୁଢ଼ା ଶ୍ୱଶୁରର ଗୁପ୍ତାଙ୍ଗକୁ ଲଗାତାର ଗୋଇଠା ମାରି ଚାଲିଥିଲା। ଫଳରେ ଗୁରୁତର ଅବସ୍ଥାରେ ବାଦିଆଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।