ଘରେ ନକହି ବୁଲିବାକୁ ଯାଇଥିଲା ବୋଲି, ଫେରିବା ପରେ ଝିଅକୁ ଗୁଳି କରି ଜୀବନ ନେଇଗଲା ବାପା, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଘରେ ନ ଜଣାଇ ବାହାରକୁ ବୁଲିବାକୁ ଚାଲିଯାଇଥିଲେ ବୋଲି ନିଜ ଝିଅକୁ ହତ୍ୟା କରିଦେଲା ବାପ। ଉତ୍ତରପ୍ରଦେଶରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ସ୍ଥିତ ମଥୁରା ଏକ୍ସପ୍ରେସ୍ ୱେରୁ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

 ମିଳିଥିବା ସୂଚନା ଅନୁଯାଇ ଆୟୁଷି ଯାଦବ ନାମକ ଯୁବତୀ ଜଣକ ଘରେ ନ କହି ବୁଲିବାକୁ ଚାଲି ଯାଇଥିଲେ। ଅବଶ୍ୟ କିଛି ଦିନ ପରେ ଆୟୁଷି ଘରକୁ ଫେରି ଆସିଥିଲେ କିନ୍ତୁ, ତାଙ୍କ ବାପା ନିତେଶ ଯାଦବ ତାଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ। ଆୟୁଷିଙ୍କର କୌଣସି କଥା ନ ଶୁଣି ସେ ନିଜ ଝିଅକୁ ଗୁଳି କରି ଦେଇଥିଲେ।

ଏହି ଘଟଣାରେ ଆୟୁଷିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ, ବାପା ନିତେଶ ଓ ଆୟୁଷିଙ୍କ ମାଆ ନିଜ ଝିଅର ମୃତଦେହକୁ ଏକ ସୁଟକେସ୍ ଭିତରେ ଭର୍ତ୍ତି କରି ୟୁପି ମଥୁରାର ଯମୁନା ଏକ୍ସପ୍ରେସ୍‌ ୱେ ନିକଟରେ ଫୋଫାଡ଼ି ଆସିଥିଲେ। ଟ୍ରଲି ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ଲୋକେ ଏଥିନେଇ ଅଭିଯୋଗ କରିଥିଲେ। ପୋଲିସ ମୃତଦେହକୁ ଜବତ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା।