ଇଏ କି ପ୍ରକାର ବର୍ବରତା! ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ଶିଶୁର ଗୁପ୍ତାଙ୍ଗ ଜାଳିଦେଲେ ଅଙ୍ଗନବାଡ଼ି ଦିଦି, ଆଉ ତାପରେ...

 

ଛୋଟ ପିଲାମାନେ ଭୁଲବଶତଃ ନିଜ ପ୍ୟାଣ୍ଟରେ ପରିସ୍ରା କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ଏହି ସାମାନ୍ୟ କଥା ପାଇଁ ଜଣେ ଶିଶୁର ଗୁପ୍ତାଙ୍ଗକୁ ଜଳାଇ ଦେଇଛନ୍ତି ଜଣେ ଅଙ୍ଗନବାଡି କର୍ମୀ। ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଜଣକ ତାଙ୍କର ଜଣେ ସହଯୋଗୀଙ୍କ ସହିତ ମିଶି ଏଭଳି କରିଥିବା ଜାଣିବାକୁ ମିଳିଛି। ଏଥିନେଇ ଉଭୟଙ୍କ ନାମରେ ମାମଲା ରୁଜୁ କରାଯାଇଛି।

କର୍ଣ୍ଣାଟକର ଟୁମୁକୁର ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଏକ ବର୍ବର କାଣ୍ଡ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାଇ ଘଟଣା ଦିନ ପିଲାଟି ସବୁଦିନ ପରି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲା। ସେଠାରେ ଭୁଲବଶତଃ ସେ ନିଜ ପ୍ୟାଣ୍ଟରେ ପରିଶ୍ରା କରି ଦେଇଥିଲା। ବାସ୍, ଏତିକି କଥାରେ ଅଙ୍ଗନବାଡ଼ି କର୍ମୀ ଏବଂ ତାଙ୍କ ସହଯୋଗୀ ପିଲାଟିର ଗୁପ୍ତଙ୍ଗରେ ନିଆଁ ଲଗାଇ ଦେଇଥିଲେ।

 ଆହତ ଅବସ୍ଥାରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିନେଇ ଅଭିଭାବକ ମାନେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। କେବଳ ଏତିକି ନୁହେଁ ରାଜ୍ୟ ଶିଶୁ ମଙ୍ଗଳ ୟୁନିଟ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଭଳି ବର୍ବର କାଣ୍ଡ ଘଟିବା ପରେ ଅଭିଭାବକମାନେ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ହୋଇ ପଡିଛନ୍ତି।