ଦେଖନ୍ତୁ ଭିଡ଼ିଓ: ନୃଶଂସ ସାଜିଲା ଜନ୍ମକଲା ମାଆ, କାନ୍ଦୁଥିବାରୁ ନିଜ ଛୁଆ ଉପରେ କରିଲା ମାଡ଼ବର୍ଷା….

 

କୁହାଯାଏ ମାଆର ମମତା ଅତୁଳନୀୟ, ନିଜ ଛୁଆ ଉପରେ ସମସ୍ତ ସ୍ନେହ ମମତା ଢାଳି ଦେବା ସହିତ ସନ୍ତାନର ରକ୍ଷା କରିବା ମାଆର ଧର୍ମ ଅଟେ। କିନ୍ତୁ, ଆଜିର କଳିଯୁଗରେ ଏହାର କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ନିଜର ୯ ମାସର ଶିଶୁକୁ ନିର୍ମମ ଭାବରେ ପିଟୁଥିବାର ଦେଖିବାକୁ ମିଳିଛି।

ଜମ୍ମୁ ଓ କାଶ୍ମୀରର ସମ୍ବା ଜିଲ୍ଲାରୁ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡ଼ିଓରେ ମହିଳା ଜଣକ ଘର ଖଟ ଉପରେ ବସିଥିବା ବେଳେ ଶିଶୁଟି ଜୋରେ କାନ୍ଦୁଥିବାର ଦେଖିବାକୁ ମିଳୁଛି। ପିଲାଟିକୁ ଶାନ୍ତ କରିବା ପରିବର୍ତ୍ତେ ମହିଳା ଜଣକ ରାଗିଯାଇ ତାର ତଣ୍ଟି ଚିପି କଚାଡ଼ି ଦେଇଥିଲେ। କେବଳ ଏତିକି ନୁହେଁ ରାଗିଯାଇ ଶକ୍ତ ଚାପୁଡ଼ା ମରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-