ନାଚ ମାଷ୍ଟ୍ରେଙ୍କ କଳା କାରନାମା, ସାଙ୍ଗର ନାବାଳିକା ଝିଅକୁ ନେଇ ହୋଇଗଲା ଫେରାର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 

ବିଶ୍ୱାସରେ ବିଷ ଦେଲା ସାଙ୍ଗ, ସାଙ୍ଗର ନାବାଳିକା ଝିଅକୁ ନେଇ ଫେରାର ହୋଇଗଲେ ନାଚ ସାର୍। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ଏଥିନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଘଟଣାକୁ କେନ୍ଦ୍ର କରି ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଝିଅକୁ ନେଇ ପରିବାର ଲୋକେ ଚିନ୍ତିତ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଗତ ୨୭ ତାରିଖ ଦିନ ଝିଅଟି ସ୍କୁଲ ଯାଉଥିବା ସମୟରେ ତାକୁ ଅପହରଣ କରି ନିଆଯାଇଥିଲା। ଖବର ପାଇ ପରିବାର ଲୋକେ ଝିଅକୁ ଖୋଜା ଖୋଜି କରୁଥିବା ବେଳେ ଝିଅର ଜଣେ ସହପାଠୀ ଅପହରଣ ହେଉଥିବାର ଦେଖିଥିବା ଜଣାଇଥିଲା।

ସହପାଠୀ ଜଣଙ୍କର ବୟାନକୁ ଆଧାର କରି ପରିବାର ଲୋକେ ଆଲୋକ ନାମକ ଜଣେ ବ୍ୟକ୍ତିଙ୍କୁ ଥାନାକୁ ନେଇ ଯାଇଥିଲେ। ସେଠାରେ ପୋଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିବା ପରିବର୍ତ୍ତେ ଛାଡ଼ି ଦେଇଥିଲା। ବର୍ତ୍ତମାନ ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ପୋଲିସ ତଦନ୍ତରେ ବିଳମ୍ବ କରୁଥିବା ପରିବାର ତରଫରୁ ଅଭିଯୋଗ କରାଯାଇଛି। ତେବେ, ଅଭିଯୁକ୍ତ ଯୁବକ ଜଣକ ଜଣେ ଡ୍ୟାନ୍ସ ଟିଚର ଏବଂ ଅପହୃତାଙ୍କ ବାପାଙ୍କ ସାଙ୍ଗ ବୋଲି ଜଣାପଡ଼ିଛି।