ସ୍ୱାମୀ ଗାଳି କରିବାରୁ ମୁହଁ ଉପରେ ବସି ପଡ଼ିଲା ୧୦୧ କେଜିର ସ୍ତ୍ରୀ, ଚାଲିଗଲା ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ମୃତ୍ୟୁ କେତେବେଳେ ଏବଂ କିପରି ଭାବରେ ଆସିବ ତାହା କାହାକୁ ଜଣାନଥାଏ। ମୃତ୍ୟୁର ଏଭଳି ଏକ ମାମଲା ସାମ୍ନା କୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ପ୍ରକୃତରେ ରୁଷିଆରେ ରହୁଥିବା ଜଣେ ମହିଳାଙ୍କ ଓଜନ ହେତୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। 

ଏହି ଘଟଣା ମୁତାବକ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କିଛି ବିଷୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ ମହିଳା ଜଣକ ରାଗିଯାଇ ସ୍ୱାମୀଙ୍କ ମୁହଁ ଉପରେ ବସି ପଡ଼ିଥିଲେ। ପତ୍ନୀଙ୍କ ଓଜନ ପ୍ରାୟ ୧୦୧ କିଲୋ ହୋଇଥିବା ବେଳେ ଏହାକୁ ସଯ୍ୟ କରିନପାରି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ।

ଏହିପରି ଏକ ଦୁର୍ଘଟଣା ରୁଷିଆର ନୋଭୋକୁଜ୍ନେଟସ୍କ ସହରରେ ରହୁଥିବା ଏକ ଦମ୍ପତିଙ୍କ ସହ ଘଟିଛି। ପ୍ରକୃତରେ ଏହି ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ଝଗଡା ମଧ୍ୟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ କ୍ଷମା ମାଗିବାକୁ କହି ତାଙ୍କ ପାଟି ଉପରେ ବସି ପଡିଥିଲେ। କିନ୍ତୁ ଏହି କାରଣରୁ ସ୍ୱାମୀ ନିଶ୍ୱାସ ନେଇପାରିନଥିଲେ ଏବଂ ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।  

ତେବେ ରୁଷିଆରେ ରହୁଥିବା ତାତିଆନା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୦୧ କିଲୋଗ୍ରାମର ଏହି ମହିଳାଙ୍କ ଓଜନ ପାଇଁ ତାଙ୍କ ସ୍ୱାମୀଙ୍କ ଜୀବନ ଚାଲିଯାଇଛି। କୁହାଯାଉଛି ଯେ ତାଙ୍କ ସ୍ୱାମୀ ଆଇଦାର ତାଙ୍କ ଜୀବନ ପାଇଁ ଭିକ୍ଷା ମାଗିଥିଲେ ମଧ୍ୟ ମହିଳା ଜଣକ ବହୁତ ରାଗି ଯାଇଥିଲେ ଏବଂ ସେ ତାଙ୍କ ପାଟିରୁ ଉଠିନଥିଲେ ଏବଂ ସେଥିରେ ଆଇଦରଙ୍କ ମୃତ୍ୟୁ ଘଟିଥିଲା।