ଦେଖନ୍ତୁ ଭିଡିଓ: ପ୍ରଦୀପ, କହିଲେ "ନିଜ ମନକୁ ମାରି ସାର ସାର କହି ପାଣ୍ଡିଆନ ଙ୍କୁ ସ୍ୱଗତ କରୁଛନ୍ତି ବିଜେଡି ନେତା କିନ୍ତୁ..."

 
pradeep

ବିଜେଡି ହେଉଛି ଏକ ସ୍ୱାର୍ଥପର ଦଳ । ଶଙ୍ଖ ଦଳର ବରିଷ୍ଠ ତଥା ଶକ୍ତିଶାଳୀ ନେତାମାନେ ପାଣ୍ଡିଆନଙ୍କୁ ବିଜେଡିରେ ଯୋଗଦେବାକୁ କେବେ ମନରୁ ଚାହୁଁନଥିଲେ । ତଥାପି ସେ ତାଙ୍କୁ ସାର୍ ସାର୍ ବୋଲି ଡାକିଲେ ଏବଂ ତାଙ୍କୁ ସ୍ୱାଗତ କଲେ । ଛାତିରେ ଯନ୍ତ୍ରଣା ହେଉଥିଲା, କିନ୍ତୁ ବିଜେଡି ନେତା ହସିବାକୁ ବାଧ୍ୟ ହୋଇଥିଲେ । ଏହା ଆମ ନୁହେଁ ବରଂ ବିଜେଡିରୁ ବହିଷ୍କାର ହୋଇଥିବା ନେତା ତଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି । ପ୍ରଦୀପଙ୍କ ଏପରି ବିସ୍ଫୋରକ ବିବୃତ୍ତି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Nabin with pandian

ପାଣ୍ଡିଆନ୍ ବିଜେଡି ଅନ୍ତର୍ଭୁକ୍ତ ହେବାପରେ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କାରଣ ପାଣ୍ଡିଆନ୍ 2014 ରୁ ବିଜେଡିରେ ଯୋଗଦେବାକୁ ଯୋଜନା କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଅକ୍ଟୋବରରେ ସ୍ଵେଚ୍ଛାକୃତ ଅବସର ନେବା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳର ଅନେକ ନେତା ପାଣ୍ଡିଆନଙ୍କୁ ଗ୍ରହଣ କରିପାରନ୍ତି ନାହିଁ । ତେବେ ପାର୍ଟି ଅନୁଶାସନ ପ୍ରସଙ୍ଗରେ ପ୍ରଦୀପ କହିଛନ୍ତି ଯେ ସେ ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ କେବଳ ଔପଚାରିକ ପାଇଁ ସ୍ଵାଗତ କରୁଛନ୍ତି ।

କେବଳ ଏତିକି ନୁହେଁ ବରଂ ତାଙ୍କୁ ହରାଇବାକୁ 2019 ରେ ପ୍ଲାନ ହେଲା କିନ୍ତୁ ସକ୍‌ସେସ୍‌ ହେଲାନାହିଁ ବୋଲି କହିଛନ୍ତି ପ୍ରଦୀପ । ଏହାସହ ବର୍ତ୍ତମାନ ପାଣ୍ଡିଆନ୍‌ କୌଣସି ଅଫିସର ନାହାନ୍ତି ତେଣୁ ତାଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।

ଦେଖନ୍ତୁ ଭିଡିଓ :- 

ସେ ରୁବେନ୍ ବାନାର୍ଜୀଙ୍କ ଲେଖା ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମେ ସିନା ଲେଖିଲେ ବିଜୁ ଜନତା ଦଳ ସନ୍ଦେହ କରିବ । କିନ୍ତୁ ଅଭିଯୋଗ ବିଷୟରେ ରୁବେନ୍ ଯାହା ଲେଖିଛନ୍ତି ସେ ନେଇ ଶଙ୍ଖ ଦଳର ନେତା ମୁହଁ ଖୋଲି ନାହାଁନ୍ତି ।

କାରଣ ସିଏ ସତ୍ୟ ଲେଖିଛନ୍ତି । ସେ ଯାହା ବି ହେଉ । କିଛି ଦିନ ଧରି ପାଣ୍ଡିଆନଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଜେଡିରେ ଯୋଗଦେବା ପରେ ପ୍ରଦୀପଙ୍କ ମନ୍ତବ୍ୟ ଆଲୋଚନାରେ ଆହୁରି ଯୋଗ ଦେଇଛି । ତଥାପି, ଆମେ ପାଣ୍ଡିଆନ୍ କିମ୍ବା ବିଜେଡି ନେତାଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇନାହୁଁ ।