ଏହି କାରଣକୁ ନେଇ ଡରିଲାଣି ବିଜେଡ଼ି, ସାମ୍ନାକୁ ଆସିଲା ବିଜେଡିର ମହା ଡର, ଚିନ୍ତାରେ ନବୀନ ସରକାର

 
Bjd

ବାଜି ମାରିନେଲା ବିଜେପି । ବଢିଲା ବିଜେଡିର ଭୟ । ଯାହା ବିଜେଡ଼ି କେବେ ପୂର୍ବରୁ ଭାବି ନ ଥିଲା । ଏବେ ସେହି କଥା ପାଇଁ ଚିନ୍ତିତ । ଗତ ବିଧାନସଭା ନିର୍ବାଚନରେ ପ୍ରାୟ ୩ଟି ରାଜ୍ୟରେ ଉଡ଼ିଛି ବିଜେପି ଝଣ୍ଡା । ଆପଣ ମାନେ ଭାବୁଥିବେ ବିଜେପି ଏକ ଜାତୀୟ ଦଳ ଭାବେ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ୁଛି ଏବଂ କେଉଁଠି ହାରୁଛି ତ କେଉଁଠି ଜିତୁଛି । ହେଲେ ବିଜେପି ଅନ୍ୟ ରାଜ୍ୟରେ ଜିତିବାରେ ବିଜେଡ଼ିକୁ କଣ ଭୟ ହୋଇପାରେ ।

 

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଏଥର ନିର୍ବାଚନରେ ବିଜେପିକୁ ଆଦିବାସୀ ଜିତାଇଛନ୍ତି ବୋଲି କହିଲେ ହୁଏ ତ କିଛି ଭୁଲ୍ ହେବ ନାହିଁ । ଯଦି ମଧ୍ୟପ୍ରଦେଶ ଓ ଛତିଶଗଡ଼ କଥା ଦେଖାଯାଏ , ତେବେ ସେଠାରେ ବିପୁଳ ମାତ୍ରାରେ ଆଦିବାସୀ ମାନେ ବିଜେପିକୁ ସମର୍ଥନ କରି ଭୋଟ ଦେଇ ଜିତାଇଛନ୍ତି ।

Bjd bjp

ତେବେ ଯଦି ଓଡ଼ିଶା କଥା କୁହାଯାଏ , ଓଡ଼ିଶାର ସମୁଦାୟ ଜନଜାତିର ପ୍ରାୟ ୩୦ପ୍ରତିଶତ ଆଦିବାସୀ ଜନଜାତି ରହିଛି । କେଉଁଠି ନା କେଉଁଠି ସେମାନେ ମଧ୍ୟ ବିଜେପିକୁ ସମର୍ଥନ କରିବାର ଦେଖା ଦେଇଛି । ସେପଟେ ଶ୍ରିମତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି କରାଇ ଆଦିବାସୀ ଜନଜାତିଙ୍କ ମନ ଜିତି ସାରିଛି ବିଜେପି ।

ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସିବାକୁ ଯାଉଛି । ପୁଣି ଥରେ ଦେଖିବାକୁ ମିଳିବ ବିଜେପି ଓ ବିଜେଡିର ଏକ ନୂଆ ଲଢେ଼ଇ । ଜିତିବା ହାରିବା ତ ଲାଗି ରହିବ । ହେଲେ , ଏଥର ନିର୍ବାଚନର ପ୍ରତିଯୋଗିତା ବେଶ୍ ଦମ୍ ଦାର୍ ରହିବ ବୋଲି ଅନୁମାନ କରାଯାଇଛି ।

ତେବେ ଏଥର ବିଜେଡ଼ି ମନରେ ଦେଖା ଦେଇଛି ଆଉ ଏକ ଭୟ । ତାହା ପୁଣି ଆଦିବାସୀ ଭୋଟ କୁ ନେଇ । ଯଦି ଏହା ବିଜେପି ସପକ୍ଷରେ ଥାଏ ତେବେ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ ବିଜେଡ଼ିକୁ । ଯାହା ଏକ ରାଜନୈତିକ ବାତାବରଣ ପାଇଁ ଅନୁକୂଳ ନୁହେଁ ।