ଦେଶର ନାଁ ବଦଳିବା ଉଚିତ କି ? ଆସିଲା ସର୍ଭେ ରିପୋର୍ଟ, ଲୋକେ ଦେଲେ ନିଜର ମତ, ଦେଖନ୍ତୁ ଏହି ରିପୋର୍ଟ

 
India vs bharat

ଦେଶର ନାମ କଣ ରହିବ ଭାରତ ନା ଇଣ୍ଡିଆ? ଏହି ଗୋଟିଏ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଗୋଟିଏ ପ୍ରଶ୍ନକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍-ବିତଣ୍ଡା ଚାଲିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ବିଭିନ୍ନ ସ୍ୱର ଉଠିଛି। କିଛି ଲୋକେ ଭାରତ ନାଁ ଚାହୁଁଥିବା ବେଳେ କିଛି ଇଣ୍ଡିଆ ଏବଂ କିଛି ଉଭୟ ନାମ ରହୁ ବୋଲି ଚାହିଁଛନ୍ତି।

India vs bharat

ତେବେ, ଏଥିନେଇ ରାଜ୍ୟର ଏକ ଗଣମାଧ୍ୟମ ଚ୍ୟାନେଲ ଦ୍ୱାରା ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ମୁତାବକ ୬୫ ପ୍ରତିଶତ ଦର୍ଶକ  ଦେଶର ନାମ 'ଭାରତ' ରହୁ ବୋଲି ଚାହୁଁଛନ୍ତି।

ସେହିଭଳି ଭାବରେ ୧୧.୩ ପ୍ରତିଶତ ସୋସିଆଲ ମିଡିଆ ୟୁଜର ଦେଶର ନାମ 'ଇଣ୍ଡିଆ' ରହୁ ବୋଲି ମତ ରଖିଛନ୍ତି। ଅନ୍ୟପକ୍ଷରେ ୨୧.୫ ପ୍ରତିଶତ ଲୋକେ ଇଣ୍ଡିଆ ଏବଂ ଭାରତ ଉଭୟ ନାଁ ରହୁ ବୋଲି ଚାହିଁଛନ୍ତି।

ବାକି ରହିଥିବା ୨ପ୍ରତିଶତ ଦର୍ଶକ କୌଣସି ମତ ରଖିବାକୁ ଚାହିଁନାହାଁନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ହେଉଥିବା ଜି-୨୦ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଫଳକରେ 'ଭାରତ'ର ପ୍ରଧାନମନ୍ତ୍ରୀ ବୋଲି ଲେଖାଯାଇଥିଲା। ତେବେ, ଆଗକୁ ବିଜେପି ଦେଶର ନାମ ବଦଳାଇବା ପାଇଁ ସଂସଦରେ ବିଲ୍ ଆଣିବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି।

ଆହୁରି ପଢ଼ନ୍ତୁ:- ମୃତ୍ୟୁ ପୂର୍ବର ୪୦ ସେକେଣ୍ଡ ପୂର୍ବରୁ କଣ ଘଟିଥାଏ? ମରିବା ପୂର୍ବରୁ କଣ ଅନୁଭବ ହୋଇଥାଏ? ଜାଣନ୍ତୁ ଭୟଙ୍କର କଥା