ଦେଖନ୍ତୁ ଭିଡ଼ିଓ: ବିଜେଡ଼ିକୁ ସୁରଙ୍କ ଟାର୍ଗେଟ. କହିଲେ,"୧୦୦ ଟଙ୍କାରୁ ୮୦ ଟଙ୍କା ଖାଇଦେଉଛନ୍ତି ବିଜେଡ଼ି ବାଲା ଏବଂ ନବୀନ-ପାଣ୍ଡିଆନ..."

 
Sura vs bjd

ଗଣମାଧ୍ୟମ ଆଗରେ ନିଜର ମତ ରଖି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ଏବେ ପୁଣିଥରେ ସେ 5T ସଚିବ ଏବଂ ବିଜେଡିକୁ ନେଇ କିଛି ଏଭଳି କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ୍ ଭାଗ୍ୟବାନ ବୋଲି ବିବେଚନା କରିଛନ୍ତି ସୁର ବାବୁ। 

Sura

ତାଙ୍କ କହିବା ଅନୁଯାଇ ନବୀନ ବାବୁ ସବୁଠାରୁ ବଡ଼ ଭାଗ୍ୟବାନ ଲୋକ। ନିଜ ବାପା ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ବିଚକ୍ଷଣ ଏବଂ ଭାଗ୍ୟବାନ ଅଟନ୍ତି ନବୀନ ପଟ୍ଟନାୟକ। କିନ୍ତୁ, ଏବେ ବିଜେଡ଼ିର ସମ୍ପୂର୍ଣ୍ଣ ମଙ୍ଗ 5T ସଚିବ ଭି.କେ ପାଣ୍ଡିଆନଙ୍କ ହାତରେ। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କୋଟି କୋଟି ଟଙ୍କା ଘୋଷଣା କରି ଆସୁଛନ୍ତି। ମାତ୍ର କେଇଟା ଦିନ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା ମଧ୍ୟ ପହଞ୍ଚି ଯାଉଅଛି। 

କିନ୍ତୁ, ଯଦି କାମ ପାଇଁ ୧୦୦ ଟଙ୍କା ଆସୁଛି ସେଥିରୁ ୮୦ ଟଙ୍କା ବିଜେଡି ବାଲା ଖାଇ ଦେଉଛନ୍ତି। ଅନ୍ୟ ରାଜ୍ୟରେ ୧୦୦ ଟଙ୍କା ଆସିଲେ ୮୦ ଟଙ୍କାର କାମ ହୁଏ କିନ୍ତୁ ଓଡ଼ିଶାରେ ସବୁ ଓଲଟା। କେବଳ ଏଥିପାଇଁ ହିଁ ଓଡ଼ିଶା ବର୍ତ୍ତମାନ ଗରିବ ବୋଲି କହିଛନ୍ତି ସୁର ବାବୁ।

ତେବେ, ଆଗାମୀ ନିର୍ବାଚନରେ ବିଜେଡ଼ି ଜିତି ପାରିବନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଟଙ୍କାରେ ୫୩ ଦେଶ ବୁଲି ସାରିଲେଣି। ଏଥର ଶେଷ ଥର ପାଇଁ ବୁଲି ଯାଆନ୍ତୁ ବୋଲି କଟାକ୍ଷ କରି କହିଛନ୍ତି ସୁର ବାବୁ।

ଆହୁରି ପଢ଼ନ୍ତୁ:- ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲରେ ମଧ୍ୟ ଏସବୁ ସ୍ଥାନରେ କରନ୍ତୁ ନାହିଁ ସେକ୍ସ, ନହଲେ ଆସିଯିବ ମହା ବିପତ୍ତି