ପୁଅ ମନ୍ମଥ କଂଗ୍ରେସ ରୁ ନିଲମ୍ବନ ହେଲା ପରେ ରାଗିଲେଲେ ସୁର ରାଉତରାୟ, କହିଲେ "କଂଗ୍ରେସ ମୋ ପ୍ରତି..."
ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି ପ୍ରଦେଶ କଂଗ୍ରେସ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଦଳ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ତେବେ, ସନପୁଅର ନିଲମ୍ବନ ମୋ ପ୍ରତି ଏକ ପ୍ରକାର ଅସମ୍ମାନ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମନ୍ମଥ ନିଜର ରାଜନୈତିକ କ୍ୟାରିଅର ବିଷୟରେ ସୂଚନା ଦେଇଥିଲେ। ଆଗାମୀ ନିର୍ବାଚନରେ ସେ କଂଗ୍ରେସ ଟିକଟ୍ ନେଇ ଲଢ଼ିବାକୁ ଚାହାଁନ୍ତିନାହିଁ ବୋଲି ସ୍ପଷ୍ଟ ଭାବରେ ସୂଚନା ଦେଇଥିଲେ। କଂଗ୍ରେସ ଦଳର ଗୋଷ୍ଠୀ କନ୍ଦଳରେ ସେ ପଶିବାକୁ ଚାହାଁନ୍ତିନାହିଁ ବୋଲି ମତ ରଖିଥିଲେ।
ଯାହାପରେ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମନ୍ମଥ ଏହାର କୌଣସି ଉତ୍ତର ନ ରଖିବାରୁ ଦଳ ତାଙ୍କୁ ନିଲମ୍ବିତ କରିଥିବା କୁହାଯାଉଛି। ତେବେ, ଏଥିପାଇଁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ। ଏଥିସହିତ ଆଗାମୀ ନିର୍ବାଚନରେ ମୋ ପୁଅ ମନ୍ମଥ କଂଗ୍ରେସ ଟିକଟରେ ଜଟଣୀ ପାଇଁ ଲଢ଼ିବେ ବୋଲି ସେ କହିଛନ୍ତି। ତେବେ, ସୁରଙ୍କ ପରିବାରରେ ଉଠିଥିବା ଏହି ଝଡ଼ ଆଗକୁ କେଉଁ ରୂପ ନେଉଛି ତାହା ଦେଖିବା ବାକି ରହିଛି।
ଆହୁରି ପଢ଼ନ୍ତୁ:- ମନ୍ଦିରରେ ନଗ୍ନ ମୂର୍ତ୍ତି କାହିଁକି ରହିଥାଏ ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ