କହୁ କହୁ ସବୁ ଖୋଲି କହିଦେଲେ ପାଣ୍ଡିଆନ୍, ସାମ୍ନା କୁ ଆସିଲା ବିଜେପି-ବିଜେଡି ର ଭିତିରିଆ ପ୍ରେମ କାହାଣୀ

 
bjp bjd

ବର୍ତ୍ତମାନ କିଛି ଦିନ ହେବ ପୁରା ଦେଶରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଖୁବ ଚର୍ଚା ଚାଲିଥିଲା ଆଉ ଏବେ ଏହି ସମ୍ଭାବ୍ୟ ମେଂଟକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି ଯେ "ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହାଁନ୍ତି । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ ଓ ଏହା ହିଁ ରାଷ୍ଟ୍ରନୀତି । ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ"। 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହାସହିତ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ସାମାନ୍ୟ ସ୍ପଷ୍ଟତା ମଧ୍ୟ ସେ ଆଣିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନ ମେଂଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି । ମାତ୍ର ମେଂଟକୁ ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ଦେଇଛନ୍ତି । ମେଂଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି କହିଛନ୍ତି । 

ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ବିଜେଡିକୁ ନିର୍ବାଚନୀ ଗଣିତ ପାଇଁ ବିଜେପିର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଂଟର ଆବଶ୍ୟକତା ନାହିଁ।

Modi and naveen

ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନିଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି । ଗତ ପଂଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ବିଜେପିକୁ ମାତ୍ର ୫ ପ୍ରତିଶତ ମିଳିଥିଲା । ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ ନେତା । ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ କାହା ସହ ମେଂଟ କରିବାର ଆବଶ୍ୟକତା ନାହିଁ । ସେହିପରି  ସମସ୍ତ ସର୍ଭେ କହୁଛି କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ । ତେଣୁ ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ।

ତେବେ ଦୁଇ ମହାନ ନେତା ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି । ଦୁଇ ମହାନ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି । ଏହା ସହ ରାଜନୀତିର କୌଣସି ଦେଣନେଣ ନାହିଁ । ଏହାର ଭୋଟ୍ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ବିଜେପି ପାଇଁ ମଧ୍ୟ ନାହିଁ । ତେଣୁ ଏହା ଦୁଇ ବ୍ୟକ୍ତିଙ୍କର ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ୱ । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ। ଯାହାକି ବିରଳ ରାଷ୍ଟ୍ରନୀତି।