ବିଜେଡି ରୁ ବିଦା ହେବା ପରେ ଏବେ ବିଜେପି ଚାଣକ୍ୟଙ୍କୁ କାହିଁକି ଭେଟିଲେ ସୌମ୍ୟରଞ୍ଜନ ପଟ୍ଟନାୟକ? 

 
soumya meet amit saha

ଏକ ସମୟରେ ଯେତେବେଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳ (ବିଜେଡି) ରୁ ବହିଷ୍କୃତ ହେବା ପରେ ନୀରବତା ବଜାୟ ରଖିଛନ୍ତି, ସେତେବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଭେଟେରାନ ତଥା ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ସୋମବାର ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିଲମ୍ବିତ ବିଜେଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଭେଟିବା ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ମୁଁ ଶୁଣିଛି ଯେ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ । ବର୍ତ୍ତମାନ ଯାହା ଚାଲିଛି, ସେକଥା ସେ ଜଣାଇଥିବା ମୁଁ ଶୁଣିବାକୁ ପାଇଛି । ଜଣେ ସାଧାରଣ ଲୋକ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ଭେଟିପାରିବ । ସେ ଖବରକାଗଜର ମାଲିକ ଅଟନ୍ତି । ମୁଁ ଏପର୍ଯ୍ୟନ୍ତ ବୁଝିପାରୁ ନାହିଁ ସେ କାହିଁକି ଏହାର ସମ୍ପାଦକ ପଦ ଛାଡିଛନ୍ତି । କିନ୍ତୁ ମୁଁ ତାଙ୍କୁ ଅମିତ ଶାହାଙ୍କୁ ଭେଟିବାର ଶୁଣିଛି ବୋଲି କହିଛନ୍ତି ବିରୋଧି ଦଳ ନେତା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Soumya

ନିଜର ସମ୍ପାଦକୀୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବଙ୍କୁ ଟାର୍ଗେଟ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହା ପରେ ପ୍ରଥମେ କଥିତ ଋଣ ଠକେଇ ମାମଲାରେ ପ୍ରଥମେ ତାଙ୍କୁ ଦଳର ଉପସଭାପତି ଅବ୍ୟାହତି ଦିଆଯାଇଥିଲା । ପରେ ଜନ ବିରୋଧି ଦର୍ଶାଇ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ଦଳରୁ ନିଲମ୍ବିତ ହେବା ପରେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ ନିଲମ୍ବିତ ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ନିଜର ସମ୍ପାଦକୀୟ ଜରିଆରେ 5ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ନିକଟରେ ପ୍ରକାଶିତ ହୋଇଥିବା ଆମ ଘରର ହଲଚାଲ ସମ୍ପାଦକୀୟରେ "ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା" ଶୀର୍ଷକ ଲେଖାରେ 5ଟି ସଚିବଙ୍କ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ନିଲମ୍ବିତ ବିଜେଡ଼ି ବିଧାୟକ । ସଚିବଙ୍କ ଗସ୍ତରେ ହେଉଥିବା ଖର୍ଚ୍ଚର ପରିମାଣ, ନିଶା ନିବାରଣ, ମଞ୍ଚରେ ରାଜନେତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ । ମଞ୍ଚରୁ 5ଟି ସଚିବ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ନେଇ କହିଥିବାର ମଧ୍ୟ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବେ ଖଣ୍ଡପଡ଼ା ବିଧାୟକ କହିଥିଲେ ଯେ ରାଜ୍ୟରେ ବି-ଟିମ କାମ କରୁଛି । ଓଡ଼ିଶାବାସୀ ବାହାର ରାଜ୍ୟରେ ସେବା ଯୋଗାଉଛନ୍ତି ।

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଜନବିରୋଧି କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଥିଲା ବିଜେଡ଼ି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବହିଷ୍କାର ସମ୍ପର୍କରେ ଦଳୀୟ ଆଦେଶ ଜାରି କରିଥିଲେ । ଋଣ ଠକେଇ ମାମଲାରେ ପ୍ରଥମେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଥିଲା । ପରେ ଜନ ବିରୋଧି ଦର୍ଶାଇ ବିଜୁ ଜନତା ଦଳରୁ ବିଦା କରାଯାଇଥିଲା ।

amit saha

ସେ ବିଜେପିରେ ଯୋଗଦେବେ କି ବୋଲି ପଚରାଯିବାରୁ ମିଶ୍ର କହିଛନ୍ତି ଯେ ମୁଁ ଏ ବାବଦରେ କିଛି କହି ପାରିବି ନାହିଁ । କିନ୍ତୁ ଅମିତ ଶାହାଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି କାରଣ ଏଠାରେ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁନାହାଁନ୍ତି । ସେ ନିଶ୍ଚିତ ଭାବରେ ତାଙ୍କୁ (ଅମିତ ଶାହା) ଓଡିଶାର ରାଜନୈତିକ ପରିସ୍ଥିତି ବିଷୟରେ ଅବଗତ କରିଛନ୍ତି । ଏ ବାବଦରେ ପଟ୍ଟନାୟକଙ୍କ ଠାରୁ କୌଣସି ପ୍ରତିକ୍ରିୟା ଗ୍ରହଣ କରାଯାଇପାରିବ ନାହିଁ ।