ଉପସଭାପତି ପଦରୁ ବିଦା ହେବାପରେ ସୋମ୍ୟ କହିଲେ "ନିର୍ଦେଶ ପତ୍ର ରେ ଦସ୍ତଖତ କାହାର ?"

 
Soumya

ବିଜେଡ଼ି ଦଳରେ ଥାଇ ମଧ୍ୟ ନିଜ ସମ୍ପାଦକୀୟ ମାଧ୍ୟମରେ ବାରମ୍ବାର ଶାସକ ଦଳ ଉପରେ ଆକ୍ରମଣ କରି ଆସୁଥିଲେ। ଫଳସ୍ୱରୂପ ଦଳର ଉପସଭାପତି ପଦରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏତେ ସବୁ ହେବା ସତ୍ତ୍ୱେ ପୁଣିଥରେ ବିଜେଡି ଉପରେ ଆକ୍ଷେପ କରିଛନ୍ତି ସୌମ୍ୟ। ବହିଷ୍କାର ନିର୍ଦ୍ଦେଶନାମାରେ ମୁଖ୍ୟମନ୍ତ୍ରୀଙ୍କର ଦସ୍ତଖତ ରହିଥିବା ବେଳେ ଏହା ଅସଲି ନା ନକଲି ବୋଲି ସେ ପ୍ରଶ୍ନ କରିଛନ୍ତି।

Soumya

ସେ କହିଛନ୍ତି ଯେ ନିର୍ଦ୍ଦେଶନାମାରେ ହୋଇଥିବା ଦସ୍ତଖତ ନକଲି ହୋଇଥାଇପାରେ। ତେବେ, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ସଭାପତିଙ୍କର ନିଜସ୍ୱ ନିଷ୍ପତ୍ତି ଅଟେ। ସଭାପତି ନିଜ ଇଚ୍ଛା ଅନୁଯାଇ ସହଯୋଗୀ ବାଛି ପାରିବେ। ତେବେ, ସେମିତି ବି ମୁଁ ଏହି ପଦରେ ରହି କିଛି କାମ କରୁନଥିଲି। ତେଣୁ ଏହାକୁ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନାହିଁ।

ସେ ଆହୁରି କହିଛନ୍ତି ଯେ ଦୁଇ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ହେବା ପାଇଁ ସେ କିଛି ସମୟ ମାଗିଥିଲେ। କିନ୍ତୁ, ତାଙ୍କୁ ଦେଖା ହେବାପାଇଁ ସମୟ ବଦଳରେ ଏକ ବରଖାସ୍ତ ଚିଠି ମିଳିଥିଲା।

ତେଣୁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର କିଛି କହିବାର ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ, 5T ସଚିବଙ୍କୁ ଟାର୍ଗେଟ କରିବା ତାଙ୍କ ପାଇଁ ଭାରି ପଡିଛି ବୋଲି ଅନେକେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଷଷ୍ଠ ଶ୍ରେଣୀ ଛାତ୍ରୀର ଏମିତି ଜୀବନ ନେଲା ଡ୍ରାଇଭର, ରାସ୍ତାକୁ ଓହ୍ଲାଇଲେ ଲୋକେ