ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ପାକିସ୍ଥାନ ଆତଙ୍କବାଦୀ କରିଛନ୍ତି ବଡ଼ ଷଡଯନ୍ତ୍ର, ଜାଣନ୍ତୁ ପୁରା ଖବର !

 
atankabadi

ଭାରତରେ ଏତେ ବଡ଼ ସମାହୋର ଉତ୍ସବର ଫାଇଦା ଉଠାଇ ପାରନ୍ତି ପଡୋଶୀ ଶତ୍ରୁ ଦେଶ । ବିଶେଷ ଭାବେ ପାକିସ୍ଥାନ ପ୍ରତି ଲାଗି ରହିଛି ଡର । ପ୍ରଥମରୁ ରାମ ମନ୍ଦିର ପ୍ରତିଷ୍ଠା ନେଇ ବିରୋଧ କରୁଥିବା ପାକିସ୍ଥାନ କିଛି ବି କରିପାରେ । ଶୁଣିବାକୁ ମିଳୁଛି ପାକିସ୍ଥାନୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ରାମ ମନ୍ଦିରକୁ ନେଇ ନାନା ପ୍ରକାରର ଅପ ପ୍ରଚାର ଜାରି ରଖିଛି ।

ଉଡି

ଭାରତ ପାଇଁ ସୃଷ୍ଟି ହୋଇଛି ଏକ ସନ୍ଧି ଘଡି ମୁହୂର୍ତ୍ତ । ରାମ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ । ଯାହାକୁ ମଧ୍ୟ ବେଶ୍ ଧୁମ୍ ଧାମରେ ପାଳନ କରାଯିବ । ହେଲେ ଏଥି ମଧ୍ୟରେ ଶୁଣିବାକୁ ମିଳୁଛି ନାନା ପ୍ରକାରର ବିରୋଧୀ ମାନଙ୍କ ସ୍ୱର । ଭାରତର ଶତ୍ରୁ ପଡୋଶୀ ଦେଶ ମାନେ କେହି ବି ରାମମନ୍ଦିର ନିର୍ମାଣ ସପକ୍ଷରେ ନ ଥିଲେ କି ଆଜି ବି ନାହାନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯେଉଁଥି ପାଇଁ କେଉଁଠି ନା କେଉଁଠି ଭାରତକୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରିବାକୁ ପଡ଼ିବ । ସୁରକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରତିବନ୍ଧକ ହେଉଛି କୁହୁଡ଼ି । ବର୍ଡର୍ ଏରିଆ ଗୁଡିକରେ ଅତ୍ୟଧିକ କୁହୁଡ଼ି ହେତୁ ବର୍ଡର୍ ସେପଟର କାର୍ଯ୍ୟ କଳାପକୁ କିଛି ବି ଅନୁମାନ କରାଯାଇପାରୁ ନାହିଁ । 

ଦେଶ ଭିତରେ ପୋଲିସ୍ ଆଉ ବର୍ଡର ଏରିଆରେ ଯବାନ । ଦୁହିଁଙ୍କୁ ହାଇ ଆର୍ଲଟ ରେ ରଖା ଯାଇଛି । ଛୋଟରୁ ଅତି ଛୋଟ ସନ୍ଦେହ ଜିନିଷ ଗୁଡ଼ିକୁ ମଧ୍ୟ ଅଣଦେଖା ନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ସମସ୍ତଙ୍କ ନଜର ରହିଛି ଭାରତ ଉପରେ । ଏହା କିପରି ଓ କେମିତି ନିଜର ଏତେ ବଡ଼ ସମାହାରକୁ ସୁରୁଖୁରୁରେ ସମାପନ କରୁଛି ତାହା ସମସ୍ତଙ୍କ ମନରେ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଏଥି ମଧ୍ୟରେ ଶୁଣିବାକୁ ମିଳୁଛି ଯେ ପାକିସ୍ଥାନ ମଧ୍ୟ ଆକ୍ରମଣ କରିପାରେ ପ୍ରତିଷ୍ଠା ଦିନ ।