ମୋତେ ଟାୱେଲରେ ଦେଖି କବାଟ ଠେଲି ଧସେଇକି ପଶିଲେ ଆଉ ମୋ ପ୍ରାଇଭେଟ ପାର୍ଟକୁ...
ଅସଦାଚରଣ, ଦୁଷ୍କର୍ମ, ଭାଇରାଲ୍ ଭିଡିଓ ଭଳି ଘଟଣା ଓଡ଼ିଶାରେ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଜଣେ ଯୁବତୀଙ୍କ ସହିତ ସମାନ କିଛି ସାମ୍ନାକୁ ଆସିଛି। ଯୁବତୀ ଜଣକ ଘର ଛାଡ଼ି ଭୁବନେଶ୍ୱର ଆସି କାମ କରୁଥିଲେ । ଏହି ଯୁବତୀ ଜଣକ ଛୋଟ ମୋଟ କାମ କରି ତାଙ୍କର ପରିବାର ପ୍ରତିପୋଷଣ କରନ୍ତି । ଆଉ ଏବେ ଏହି ଯୁବତୀ ଜଣଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଛି । କିଏ ଆଉ କାହିଁକି ଏଭଳି କରୁଛନ୍ତି ଏବେ ଏହାର ସବୁ ଖୁଲାସା ଯୁବତୀ ଜଣକ କରିଛନ୍ତି ।
ଏହି ଯୁବତୀ ଜଣକ ଏବେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସହିତ ଲୋକମାନେ ଏଭଳି କାମ କରିଛନ୍ତି ଯାହା ନିନ୍ଦନୀୟ ଅଟେ । ଏହି ଯୁବତୀ ଜଣକ ଏହି ସବୁ ବିଷୟରେ କହିଛନ୍ତି । ସେ କହିଛନ୍ତି ସେ ବାଥରୁମରେ ଗାଧୋଉଥିଲେ ଆଉ ଗାଧୋଇବା ସମୟରେ ତାଙ୍କ କବାଟ ବାଡେଇଲେ ଆଉ ଏହାପରେ ସେ ଗଲେ ନାହିଁ ଆଉ ଏହାପରେ ପୁଣି ଏହି ବ୍ୟକ୍ତିମାନେ କବାଟ ବାଡ଼େଇଲେ । ତାପରେ ଏହି ଯୁବତୀ ଜଣକ ବାଥରୁମରୁ ଆସି ଟାୱେଲ ପିନ୍ଧି କବାଟ ଫାଙ୍କରୁ ଟିକେ ଦେଖିବାକୁ ଚାହୁଁଥିଲେ କିଏ ତାଙ୍କୁ ଡାକୁଛି ।
ଆଉ ଏହି ସମୟରେ କବାଟକୁ ପେଲି ଦେଇଥିଲେ ବ୍ୟକ୍ତିମାନେ ଆଉ କରିଥିଲେ ଏଭଳି କିଛି ନିର୍ଲଜ୍ଜ କାମ । ଏହି ବ୍ୟକ୍ତିମାନେ ଯୁବତୀଙ୍କୁ ପଛ ପାଖରୁ ଭିଡ଼ି ନେଇଥିଲେ । ଏହି ବ୍ୟକ୍ତିମାନଙ୍କ ଭିତରୁ ଜଣେ ଥିଲେ ସାଧୁ ଦାସ । ଆଉ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଧରି ପକାଇଥିଲେ । ଏହାପରେ ତାଙ୍କ ପାଟି ଶୁଣି ତାଙ୍କର ୯ ବର୍ଷର ପୁଅ ସେଠାକୁ ଆସିଥିଲେ । ଆଉ ଏହାପରେ ସେ ଆଉ ତାଙ୍କ ପୁଅ ଗୋଟିଏ ଘର ଭିତରେ ପଶି ଯାଇଥିଲେ । ତାଙ୍କୁ ସେତେବେଳେ ସାଧୁ ଦାସ ଅନେକ କଥା କହିଥିଲେ । ଏହି ସାଧୁ ଦାସ ଜଣକ ହେଉଛନ୍ତି ତାଙ୍କ ଘରର ମାଲିକ ।
ସାଧୁ ଦାସ ଆଉ ତାଙ୍କ ସ୍ତ୍ରୀ ଆରତୀ ଦାସ ତାଙ୍କୁ ଅନେକ କଥା କହିବା ସହ ଦେହ ବ୍ୟବସାୟ କରିବାକୁ କହିଥିଲେ । ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାଧୁ ଦାସଙ୍କ ଘରକୁ ଯାଇଥିଲେ ଆଉ ଏବେ ସେ ଫେରାର ଅଛନ୍ତି । ସେ ନିଜର ସୁରକ୍ଷା ପାଇଁ ୨୭ ତାରିଖ ଦିନ ମହିଳା ଥାନାରେ ରହିଥିଲେ । ଏହି ଘଟଣା ୨୭ ତାରିଖ ଦିନ ଘଟିଥିଲା । ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଯୁବତୀ ଜଣକ କହିଛନ୍ତି । ଆଉ ତାଙ୍କୁ ମେଡିକାଲ ଆଉ ପୋଲିସ ଥାନା ଯିବାକୁ କହୁଛନ୍ତି । ତାଙ୍କ ପୁଅ ଘରେ ଅଛି ସେ କେମିତି ଥିବ କଣ କରୁଥିବ ସେକଥା ସେ ଭାବୁ ନାହାନ୍ତି । ପୋଲିସ ଏହି ଘଟଣାକୁ ଆପଶ ବୁଝାମଣା କରିବାକୁ କହୁଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକ ଏବେ ନ୍ୟାୟ ଦାବି କରିଛନ୍ତି । ଦେଖାଯାଉ ଏହି ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି ।