ରାହୁଲ ଦେଲେ ଖୋଲା ଅଫର, କଂଗ୍ରେସ କୁ ଭୋଟ ଦେଲେ ଓଡ଼ିଶାବାସୀଙ୍କୁ ଦେବେ ପୁଳା ପୁଳା ଟଙ୍କା !

 
rahul gandhi on odisha

ରବିବାର ଦିନ ରାହୁଲ ଗାନ୍ଧୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପିସିିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଅଜୟ କୁମାରଙ୍କ ସହିତ ବହୁ କଂଗ୍ରେସ କର୍ମୀ ସ୍ବାଗତ କରିଥିଲେ।  ଭୁବନେଶ୍ବରରୁ ସିଧାସଳଖ ହେଲିକପ୍ଟର ଯୋଗେ ସତ୍ୟଭାମାପୁର ଯାଇଥିଲେ ।

ରାହୁଲ ଗାନ୍ଧୀ ସେଠାରୁ ଯାଇ ସାଲେପୁର ନ୍ୟାୟ ସମାବେଶରେ ସାମିଲ ହୋଇଥିଲେ। କଂଗ୍ରେସର ସାଲେପୁର ନ୍ୟାୟ ସମାବେଶରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ ଆରମ୍ଭରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ ନବୀନ ପଟ୍ଟନାୟକ ଏଠାରେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। 

ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆରଏସ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆରଏସ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। 

ରାହୁଲ ଗାନ୍ଧୀ ଅସୁସ୍ଥ - Samaja Live

ଅଙ୍କଲ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ। ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି। ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି। କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ।

ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ ୫୦୦ ଟଙ୍କାରେ ଦିଆଯିବ। ଧାନ କ୍ଵିଣ୍ଟାଲ ୩ ହଜାର ଟଙ୍କା କରିବୁ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ। 

୨୨ ଜଣଙ୍କୁ ୧୬ଲକ୍ଷ ଟଙ୍କା ଦେଇଛନ୍ତି ମୋଦୀ । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଚ୍ଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ  ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତିମାସରେ ୮ହଜାର ୫ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ। ‘ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ।

ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ। ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସ ଦିଆଯିବ। ଆମ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ। ଦେଶର କୋଟି କୋଟି ଲୋକଙ୍କ ଖାତାକୁ ଲକ୍ଷେ ଟଙ୍କା ଦେବୁ।