ଦେଵାନ୍ତୁ ଭିଡ଼ିଓ: 2024 ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ରାହୁଲଙ୍କ ନାଟକ, ହସିଲେ ମୋଦି

ଆଗକୁ ଆସୁଥିବା ନିର୍ବାଚନ ଉପରେ ଏବେ ସବୁ ରାଜନୈତିକ ଦଳର ନଜ଼ର। ଆଜ୍ଞା ହଁ, ବିଜେପି ଠାରୁ ଆରମ୍ଭ କରି କଂଗ୍ରେସ ପର୍ଯ୍ୟନ୍ତ ସମସ୍ତ ଦଳ ଏବେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ବ୍ୟସ୍ତ ରହିଛନ୍ତି। ଖାସ୍ କରି ପଛୁଆ ବର୍ଗର ଲୋକଙ୍କୁ ଟାର୍ଗେଟ କରିଛନ୍ତି ଏହି ଦୁଇ ଦଳ। ଏଥର ରାଜନୈତିକ ଦଳ ଗୁଡି଼କର ରେଡ଼ାରରେ ରହିଛନ୍ତି OBC ବର୍ଗର ଲୋକେ।
ବିଜେପି ସଂସଦରେ ଓବିସି ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛି ଯାହାକୁ କି ଖୁଲମଖୁଲା ସମର୍ଥନ କରିଛି କଂଗ୍ରେସ। ସେପ୍ଟେମ୍ବର ମାସ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ କରିଛନ୍ତି।
ଏଥିରେ ସେ ବଢେଇ କମାର, କୁମ୍ଭାର ଓ ଅନ୍ୟାୟ ଜାତିମାନଙ୍କ ପାଇଁ ବୃତ୍ତି ଯୋଗାଇ ଦେବେ। ଏହାରି ଭିତରେ ରାହୁଲ ଗାନ୍ଧୀ ନିଜର ଚିରାଚରିତ ଢଙ୍ଗରେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।
ରାହୁଲଙ୍କୁ କିଛିଦିନ ତଳେ ଷ୍ଟେସନ ଯାଇ ସେଠାରେ କୁଲି ମାନଙ୍କ ସହିତ ଦେଖା ହେବା ସହିତ ନିଜେ ବୋଝ ଉଠାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ବରଂ ସେ ମେକାନିକ୍ ଭାବରେ ଗାଡ଼ି ସଜାଡୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଅବଶ୍ୟ ରାହୁଲ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରହସନ କରୁଥିବା ବିଜେପି କହିଛି। କିନ୍ତୁ, ଚଳିତ ନିର୍ବାଚନ ପୂର୍ବରୁ ଉଭୟ ଦଳ ଦେଶର OBC ବର୍ଗ ଉପରେ ସମସ୍ତ ଫୋକସ୍ ରଖୁଥିବା ସ୍ପଷ୍ଟ ହୋଇଛି।
ଆହୁରି ପଢ଼ନ୍ତୁ:- ୱାଲ୍ଡକପ୍ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସମ୍ବନ୍ଧ ରଖିବାକୁ ଦିଆଯିବ ସୁନ୍ଦରୀ ଝିଅ! କୋଚଙ୍କ ବୟାନ କଲା ହଙ୍ଗାମା, ଜାଣନ୍ତୁ ପୁରା ଖବର