ମୁହଁ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, କହିଲେ, ସବୁ ନେତା ମନ୍ତ୍ରୀ ଏବେ ପାଣ୍ଡିଆନଙ୍କ ଭକ୍ତ ଏବଂ….
ବହୁ ବାଦ ବିବାଦ ପରେ ଶେଷରେ ଚାକିରୀ ଛାଡ଼ି ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି ଭି.କେ ପାଣ୍ଡିଆନ। ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ପାଣ୍ଡିଆନଙ୍କୁ ୫ଟି ଅଧକ୍ଷ ଭାବରେ ନିଯୁକ୍ତି ମିଳିଛି। ଏଥିନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଦେଖିବାକୁ ମିଳିଥିଲା।
ସବୁଠାରୁ ବଡ଼ କଥା ହେଉଛି ପାଣ୍ଡିଆନଙ୍କର ଏହି ପ୍ରମୋସନକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ ମିଳିନାହିଁ। କେବଳ ବିରୋଧୀ ଦଳ ତାହା ନୁହେଁ ଏହି ନିଷ୍ପତ୍ତି ପାଇଁ ବିଜେଡିର କିଛି ନେତା ମଧ୍ୟ ଅସନ୍ତୁଷ୍ଟ ରହିଥିବା କୁହାଯାଇଛି। ଏହି ମାମଲାରେ ପ୍ରଥମ ଥର ପାଇଁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ନିଜର ମୁହଁ ଖୋଲିଛନ୍ତି।
ତାଙ୍କ କହିବା ଅନୁଯାଇ ଏବେ ଶାସକ ଦଳର ଡୋର ଧୀରେ ଧୀରେ ନବୀନ ପଟ୍ଟନାୟକଙ୍କ ହାତରୁ ଖସି ପାଣ୍ଡିଆନଙ୍କ ହାତକୁ ଯାଉଛି। ସେ କହିଛନ୍ତି ଯେ ଓଡ଼ିଶା ରେ କେବଳ ନବୀନ ବାବୁଙ୍କ ପାଇଁ ମନ୍ତ୍ରୀ ମାନେ ଭୋଟ ପାଇ ଯାଉଛନ୍ତି। ଏବେ ସେହି ମନ୍ତ୍ରୀ ମାନେ ଦେଖିଲେଣି ପ୍ରକୃତ ଶାସନ ଏବେ ନବୀନଙ୍କ ହାତରେ ନାହିଁ।
ଏବେ ପାୱାର ପାଣ୍ଡିଆନଙ୍କ ହାତକୁ ଯାଉଥିବାରୁ ମନ୍ତ୍ରୀମାନେ ଏବେ ତାଙ୍କ ସହାରା ପାଇବାକୁ ଚେଷ୍ଟା କରୁଛନ୍ତି। ଟିକେଟ୍ ପାଇବା ପାଇଁ ମନ୍ତ୍ରୀମାନେ ପାଣ୍ଡିଆନଙ୍କ ପାଖକୁ ଯାଉଥିବା କହିଛନ୍ତି ପ୍ରତାପ ଷଡ଼ଙ୍ଗୀ। ମନ୍ତ୍ରୀମାନେ ଲୋକଙ୍କ ସୁବିଧା ସୁଯୋଗ କଥା ଚିନ୍ତା କରିବା ପରିବର୍ତ୍ତେ ନିଜ ସ୍ୱାର୍ଥ ବିଷୟରେ ଅଧିକ ଚିନ୍ତିତ ରହିଥିବା ସେ ଅଭିଯୋଗ କରିଛନ୍ତି।
କେବଳ ଯେ ବିଜେପି ତାହା ନୁହେଁ ବରଂ କଂଗ୍ରେସ ଦଳର ନେତାମାନେ ମଧ୍ୟ ସମାନ ମତ ରଖିଛନ୍ତି। ପାୱାର ଏବେ ପାଣ୍ଡିଆନଙ୍କ ପାଖରେ ଥିବାରୁ ମନ୍ତ୍ରୀମାନେ ଏବେ ତାଙ୍କ ପାଖକୁ ଦୌଡୁଛନ୍ତି ଯାହାକି ଓଡିଶାର ରାଜନୈତିକ ଦୃଷ୍ଟିକୋଣରୁ ଅତି ଖରାପ ସଂକେତ ଭାବରେ ବିବେଚନା କରାଯାଉଛି। ତେବେ, ଆଗକୁ ରାଜ୍ୟର ଅବସ୍ଥା କଣ ହେଉଛି ତାହା ଦେଖିବା ବାକି ରହିଛି।
ଆହୁରି ପଢ଼ନ୍ତୁ:- ନଭେମ୍ବର ମାସରେ ଗ୍ରହରେ ହେବ ପରିବର୍ତ୍ତନ, ଧନଲକ୍ଷ୍ମୀ ବର୍ଷା କରିବେ ଏହି ୫ଟି ରାଶିର ଲୋକଙ୍କ ଉପରେ ଟଙ୍କା