୨୫ ମିନିଟ ପର୍ଯ୍ୟନ୍ତ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ, ନିର୍ବାଚନ ଅଧିକାରୀଙ୍କୁ ହେଲିକପ୍ଟର ରୁ କଣ ମିଳିଲା ?

 
pandian helicopter

ନିର୍ବାଚନ ପ୍ରଚାର ପାଇଁ ପାଣ୍ଡିଆନ ଯାଇଥିବାବେଳେ ସେଠାରେ ତାଙ୍କୁ ହେଲିକପ୍ଟର ଯାଞ୍ଚ କରାଯାଇଛି ।  କାଲି ନିର୍ବାଚନ ପାଇଁ ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲକପ୍ଟର ଯାଞ୍ଚ ହୋଇଥିଲେ ବି ହେଲିକପ୍ଟରରୁ କିଛି ମିଳିନଥିବା ସୂଚନା ରହିଛି । ଫ୍ଲାଇଂ ସ୍କ୍ୱାଡ ମୁଖ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ।

ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ,  ମିଳିନାହିଁ କିଛି

ଉମରକୋଟ ଗସ୍ତରେ ଯାଇ ସେଠାରେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ ପାଣ୍ଡିଆନ୍ । ଏହି କ୍ରମରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ପାଣ୍ଡିଆନ କହିଥିଲେ ଯେ:-

"ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷରେ କଣ କରିଛନ୍ତି ଟିକେ ଚିନ୍ତା କରନ୍ତୁ । 

୫ ବର୍ଷ ନେଲେ, କିନ୍ତୁ କିଛି କାମ କଲେନି । ଯେଉଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ ତାଙ୍କର ଦେଖାଦର୍ଶନ ମିଳିଲାନି । ଉମରକୋଟ, ପାପଡାହାଣ୍ଡିରେ କେନ୍ଦ୍ରୀୟ ସ୍କୁଲଟିଏ ଖୋଲିପାରିଥାନ୍ତେ କିନ୍ତୁ କଲେ ନାହିଁ । ଏବେ ପୁଣି ଭୋଟ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ କେଉଁଠି ଥିଲେ ।

ବିଏସକେୱାଇରେ ଲୋକମାନେ ଚିକିତ୍ସା ସୁବିଧା ପାଇବା ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ ସହିପାରୁନାହାନ୍ତି । ଏହାଦ୍ୱାରା ନବୀନ ପଟ୍ଟନାୟକ ନାଁ କମାଉଛନ୍ତି ବୋଲି ଏହାକୁ ବନ୍ଦ କରିବାକୁ ଦିନରାତି ଏକ କରି ଦେଇଛନ୍ତି ।  ମିଶନ ଶକ୍ତିକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଲାଗିଛନ୍ତି ।"