ଓଡିଶାକୁ ମାଡି ଆସିଲେଣି ଗଣ୍ଡା ଗଣ୍ଡା ବାଂଲାଦେଶୀ, ମାଳିସାହି ବସ୍ତି ର ଅବସ୍ଥା ଶୋଚନୀୟ

 
malisahi bangladeshi

ଭୁବନେଶ୍ଵର ରାମମନ୍ଦିର ଠାରୁ ଆରମ୍ଭ କରି ରେଲ ଷ୍ଟେସନ ଯାଏଁ ସମସ୍ତେ ସରକାରୀ ଜମିକୁ କିଣି ଦେଲେଣି ବାଂଲାଦେଶୀ ମାନେ। ପ୍ରତିଦିନ ନୂଆ ନୂଆ ଘର ଗଢ଼ୁଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ। ସବୁଠୁ ବଡ଼ କଥା ହେଲା ବାଂଲାଦେଶ ଅନୁପ୍ରବେଶକାରୀ ମାନେ ସରକାରୀ ଅଫିସ, ତହସିଲ ହସ୍ପିଟାଲ, ଘରୋଇ ବାସଭବନ ଜାଗାକୁ କବଜା କରିସାରିଲେଣି। ଯାହା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ। ବାଂଲାଦେଶ ଅନୁ ପ୍ରବେଶକାରୀ ରାଜଧାନୀରେ ପହଞ୍ଚୁଛନ୍ତି ପ୍ରଥମେ କବାଡି ସାମଗ୍ରୀ ସଂଗ୍ରହ କିମ୍ବା ମୁଲିଆ କାମ କରୁଛନ୍ତି। 

ସରକାରୀ ଜାଗାକୁ କବଜା କରି ଜରି ପାଲରେ କୁଡିଆ ତିଆରି କରୁଛନ୍ତି। ଧିରେ ଧିରେ ଏହି କୁଡିଆକୁ ଲାଗିଥିବା ଜାଗାକୁ କବଜା କରି ନେଉଛନ୍ତି। ପରେ ସାଙ୍ଗସାଥୀଙ୍କୁ ଡ଼ାକି ବସତି ବିସ୍ତାର କରୁଛନ୍ତି। ୟୁନିଟ ୩ ଅଞ୍ଚଳରେ ହଜାର ହଜାର ବାଂଲାଦେଶ ବସ୍ତି ଗଢି ତୋଳିଛନ୍ତି କୁଡିଆ। ୨୦ ବର୍ଷ ତଳେ ଏହି ଜାଗା ଖାଲି ପଡିଥିଲା। ଡ୍ରେନକୁ ବି ଛାଡ଼ୁ ନାହାଁନ୍ତି। ଡ୍ରେନ ଉପରେ ଘର କରୁଛନ୍ତି। ପାଖାପାଖି ରହୁଥିବା ଓଡ଼ିଆ ପରିବାର ଏବେ ରାସ୍ତା ଉପରକୁ ବାହାରି ପାରୁନାହାଁନ୍ତି। 

ଅଳିଆ ଜମି ରହୁଛି ପୁରା ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏ ରାସ୍ତା ପାର କରି ମାଳିସାହି ଦେଇ ମାଷ୍ଟର କ୍ୟାଣ୍ଟିନ ରାସ୍ତା ପର୍ଯ୍ୟନ୍ତ ଅଳିଆ ଜମା କରି ରଖିଛନ୍ତି। ଓଡ଼ିଶା ବନ ନିଗମ ଉନ୍ନୟନ ଅଫିସ ଆଗରେ ଭଙ୍ଗା ଟ୍ରଲି ଗଦା ହେଇଛି। ଅଫିସକୁ ଯିବା ପାଇଁ କର୍ମଚାରୀ ଓ ଅଧିକାରୀ ମାନେ ହଇରାଣ ହେଉଛନ୍ତି। ଡାକ୍ତରଖାନା ରାସ୍ତା ଉପରେ ବାଂଲାଦେଶ କବାଡିଙ୍କ କବଜା ଯୋଗୁଁ ଆମ୍ବୁଲାନ୍ସ ଆସି ପାରୁନାହିଁ। 

ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଆଶ୍ରୟସ୍ଥଳୀ ହେଉଛି ଭୁବନେଶ୍ଵର ରେଳ ଷ୍ଟେସନ ପାଖରେ ଥିବା ମାଲଗୋଦାମ ବସ୍ତି, ମସ୍ତଜିଦ୍ ବସ୍ତି, ମାଳିସାହି ବସ୍ତି ଏହି ବସ୍ତି ଗୁଡ଼ିକ ଷ୍ଟେସନ ପାଖାପାଖି ଥିବାରୁ ବାଂଲାଦେଶ ଅନୁପ୍ରବେଶକାରି ମାନେ ପ୍ରଥମେ ଟ୍ରେନରୁ ଓହ୍ଲାଇ ଏହି ବସ୍ତି ଗୁଡିକରେ ଆଶ୍ରୟ ନିଅନ୍ତି। 

ଖାରବେଳନଗର ଅଞ୍ଚଳ କିମ୍ବା ସେଷ୍ଟନ ପାଖରୁ ଚୋରି ହେଉଥିବା ମଟରସାଇକେଲ ଗୁଡ଼ିକ ପ୍ରଥମେ ଏହି ବସ୍ତି ଗୁଡ଼ିକୁ ଆସେ। ସେଠାରେ ଗାଡ଼ି ଗୁଡ଼ିକର ଭିନ୍ନ ପାର୍ଟ ଗୁଡ଼ିକୁ ଅଲଗା ଅଲଗା କରାଯାଏ। ତା'ପରେ ସୁଲଭ ମୂଲ୍ୟରେ ଗାଡ଼ି ପାର୍ଟ ଗୁଡ଼ିକୁ ବିକ୍ରୀ କରାଯାଏ। ଭୁବନେଶ୍ୱରରେ ନୂଆ ଅନୁପ୍ରବେଶକାରି ବାଂଲାଦେଶ ମାନଙ୍କୁ ଥଇଥାନ୍ କଲା ପରେ ପୁରୁଣା ବାଂଲାଦେଶୀ ମାନେ ଚାଲି ଯାଆନ୍ତି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ପରି ଅନ୍ୟ ମାସୁଲମାନ ବହୁଳ ଅଞ୍ଚଳ ଗୁଡ଼ିକୁ। 

ଯେଉଁଠି ସେମାନେ ତାଙ୍କର ବଂଶ ବିସ୍ତାର କରିବା ସହ ନିଜର ଆଗାମୀ ଷଡ଼ଯନ୍ତ୍ରର ପୂର୍ବ ପ୍ରସ୍ତୁତି କରନ୍ତି। ଏହିପରି ଭାବେ ଓଡ଼ିଶାରେ  ବଢ଼ି ଚାଲିଛି ସେମାନଙ୍କ ପରମ୍ପରା। ବର୍ତ୍ତମାନ ଏହି ବାଂଲାଦେଶ ଅନୁପ୍ରବେଶକାରି ମାନଙ୍କ ପାଇଁ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି