ନବୀନ ଲେଖିଲେ ମମତାଙ୍କୁ ଚିଠି, କହିଲେ "ଓଡିଶା କୁ ଆଳୁ ପଠେଇଦିଅ ନହଲେ..."
ଆଳୁ ମୂଲ୍ୟ ବୃଦ୍ଧି ପାଇଁ ଓଡ଼ିଶାରେ ଚିନ୍ତା ବଢିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ମମତା ବାନାର୍ଜୀ ମଧ୍ୟ ତାଙ୍କ କଥା ମାନି ନେଇଛନ୍ତି। ଏବେ ଓଡ଼ିଶାରେ ପହଞ୍ଚିଛି ଆଳୁ ବୋଝେଇ ଟ୍ରକ।
ଏଣିକି ଓଡ଼ିଶାବାସୀଙ୍କୁ ମଧ୍ୟ କମ୍ ମୂଲ୍ୟରେ ମିଳିବ ଆଳୁ। ଓଡ଼ିଶାରେ ଏବେ ଗୋଟିଏ ଚିନ୍ତା ଆଳୁ। ବଜାରକୁ ଗଲେ ଆଳୁ ବିନା ଲୋକେ ଘରକୁ ଫେରୁଛନ୍ତି। ଆଳୁ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏବେ ବିନା ଆଳୁରେ ବଜାର ହେଉଛି। କାରଣ ଏବେ ଆଳୁଦର ୫୦ରୁ ଅଧିକ।
ମନ୍ତ୍ରୀ ଆଳୁର ମୁଲ୍ୟ ୩୨ କହୁଥିବା ବେଳେ ବଜାରରେ ବିକ୍ରି ହେଉଛି ୫୦ରୁ ଅଧିକ ଟଙ୍କା। ସେଥିପାଇଁ ଆଳୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଯାହାପରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ଚିଠି ଲେଖିଲା ପରେ ଓଡ଼ିଶାରେ ପହଞ୍ଚିଯାଇଛି ଆଳୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଗାଡ଼ି ଓଡ଼ିଶାକୁ ପଠାଇଛନ୍ତି।
ନବୀନ ଏବଂ ମମତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ପ୍ରତିଟି ସମୟରେ ଉଭୟ ଉଭୟଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥାନ୍ତି। ଯାହାର ଆଜି ଝଲକ ଦେଖିବାକୁ ମିଳିଛି। ଆଳୁ ସଂକଟ ମଦ୍ୟରେ ପଶ୍ଚିମ ବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶା ଆସିବା ବନ୍ଦ ହୋଇଯାଇଥିଲା।
ଯାହା ଫଳରେ ଓଡ଼ିଶାରେ ବଢ଼ି ଚାଲିଥିଲା ଆଳୁର ମୂଲ୍ୟ। ତେବେ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ। କିନ୍ତୁ ନବୀନଙ୍କ ଚିଠିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ନବୀନଙ୍କୁ ତାଗିଦ କରିଥିଲେ।
କଣ ପାଇଁ ଚିଠି ଲେଖିଲ ବୋଲି କହିଥିଲେ। ହେଲେ ଏବେ ନବୀନଙ୍କ ଚିଠି ପାଇଁ ଓଡ଼ିଶାରେ ପହଞ୍ଚିଛି ଆଳୁ। ଏବେ ଓଡ଼ିଶାରେ ଆଉ ଆଳୁ ସଂକଟ ରହିବ ନାହିଁ। ଆଜି ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ସାଢେ ୪ କୋଟି ଓଡ଼ିଆଙ୍କୁ ବି ସୁଲଭ ମୂଲ୍ୟରେ ଆଳୁ ମିଳିପାରିବ।