କଲିକତା ଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ମୋଦି, ଦୋଷୀ କୁ ମିଳିବ ବଡ଼ ଶାସ୍ତି
ଆପଣମାନେ ସମସ୍ତେ କୋଲକାତା ସହରର ଘଟଣା ବିଷୟରେ ଜାଣିଥିବେ। କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣା ବିଷୟରେ ତ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ଏହି ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଏବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ରାଗି ଯାଇଛନ୍ତି । ଆଉ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଏବେ କିଛି କଥା କହିଛନ୍ତି । ମହାରାଷ୍ଟ୍ର ଜଲଗାଓଁ ଠାରେ ଅନୁଷ୍ଠିତ ହୋଇଥିଲା "ଲକ୍ଷପତି ଦିଦି ସମ୍ମିଳନୀ" ଆଉ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ଆଉ ଏହି ସମ୍ମିଳନୀରେ ସେ ଯୋଗ ଦେଇ କୋଲକାତା ଦୁଷ୍କର୍ମ ଘଟଣାକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି, ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପାପ ଅଟେ । ଦୋଷୀ ଯିଏ ହେଉ ନା କାହିଁକି ତାକୁ ଛଡାଯିବ ନାହିଁ । ଆଉ ଯିଏ ଦୋଷୀକୁ ସାହାଯ୍ୟ କରିଛି ସେ ମଧ୍ୟ ଦଣ୍ଡ ପାଇବ ।ଦୋଷୀ ଯିଏ ହେଉ ନା କାହିଁକି ତାକୁ ଦଣ୍ଡ ମିଳିବ ।
ଏବେ ମୋଦୀଙ୍କର ଏଭଳି କଥା ଶୁଣି ଥରହର ହୋଇ ପଡିଛନ୍ତି ମମତା ଦିଦି । କାରଣ ଦୋଷୀକୁ ଘଣ୍ଟ ଘୋଡାଇବାକୁ ଯେଉଁଭଳି ଭାବରେ ଉପାୟ ଆପଣାଇଥିଲେ ତାହା ପୁରା ଦେଶ ଦେଖିଲା । ତେଣୁ ଏହି ଦୁଷ୍କର୍ମ ମାମଲାରେ ମମତା ଦିଦିଙ୍କ ସରକାର ଯାଇପାରେ ବୋଲି ସୂଚନା ମିଳୁଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ କଥା କହିଛନ୍ତି ।
ମାଆ, ଭଉଣୀ ଓ ଝିଅଙ୍କ ଶକ୍ତିର ଅଭିବୃଦ୍ଧି ସହ ସେମାନଙ୍କ ସୁରକ୍ଷା ଦେଶର ପ୍ରଥମ ପ୍ରାଥମିକତା ଅଟେ । ଅପରାଧ କରିଥିବା ବ୍ୟକ୍ତିଙ୍କ ସହିତ ଥିବା ବ୍ୟକ୍ତିର ନିସ୍ତାର ନାହିଁ। ଏବେ ଏହି କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ନେଇ ଅନେକ ଖବର ଆସୁଛି । ସନ୍ଦୀପ ଘୋଷ କଲେଜରେ ଅନେକ କିଛି କାମ କରୁଥିଲେ ।
ସେ କଲେଜରେ ଅନେକ ଖରାପ କାମ କରୁଥିଲେ । ସେ କଲେଜରେ ସେ-କ୍ସ ରାକେଟ ଚଲାଉଥିଲେ । ଛାତ୍ରଛାତ୍ରୀଙ୍କ ଆକ୍ରୋଶର ମଧ୍ୟ ଶିକାର ହୋଇଥିଲେ ପ୍ରିନ୍ସିପାଲ ଜଣକ । ଏବେ ପ୍ରଶ୍ନ ଆସୁଛି କି କାହିଁକି ବାରମ୍ବାର ସନ୍ଦୀପଙ୍କୁ ସୁରକ୍ଷା ଦେଉଛି କୋଲକାତା ପୋଲିସ ? କାହିଁକି କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ ? ସନ୍ଦୀପ ଘୋଷଙ୍କ ପଛରେ କିଏ ? ସନ୍ଦୀପଙ୍କ ମୁଣ୍ଡ ଉପରେ ଅଛି କି ଦିଦିଙ୍କ ହାତ ? ଏବେ ଏନେଇ ଅନେକ ପ୍ରଶ୍ନ ଆସୁଛି ।