ଦେଖନ୍ତୁ ଭିଡ଼ିଓ: 5T ସଚିବଙ୍କ ସଭାକୁ ଆସିବା ପାଇଁ ବଣ୍ଟା ହେଉଛି ପୁଳା ପୁଳା ଟଙ୍କା, ଭାଇରାଲ ହେଲା ଭିଡ଼ିଓ….

5T ସଚିବଙ୍କ ସଭାକୁ ଆସିବା ପାଇଁ ଲୋକଙ୍କୁ ଟଙ୍କା ବଣ୍ଟା ଯାଉଛି। ଯାଜପୁର ବିଂଝାରପୁର ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଅଞ୍ଚଳର ପିଇଓ ଖୋଦ୍ ଟଙ୍କା ବାଣ୍ଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଭିଡ଼ିଓରେ ବିଝାଂରପୁର ବ୍ଲକ ମାଂସଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଶରଥପୁର ବ୍ଲକ ମଲ୍ଲିକାପୁର ଠାରେ କିଛି ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ଧାଡ଼ି କରି ଲୋକେ ତାଙ୍କ ଠାରୁ ଟଙ୍କା ନେଉଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ତେବେ, କଣ ସତରେ ଟଙ୍କା ପାଇଁ 5T ସଚିବଙ୍କ ସଭାକୁ ଲୋକେ ଆସୁଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫାଇଭ୍ ଟି ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା.. ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି.. ଫାଇଭ ଟି ସଚିବ ଗତ ଅଗଷ୍ଟ ୩୧ରେ ଯାଜପୁର ଜିଲ୍ଲାର ବିଝାଂରପୁର ଗସ୍ତ କରିଥିଲେ..#Odisha #OTV pic.twitter.com/KR8MfjAiSM
— ଓଟିଭି (@otvkhabar) September 8, 2023
ଅନ୍ୟପକ୍ଷରେ ଏଥିନେଇ ଅଭିଯୁକ୍ତ ପିଇଓ ଗୋପାଳ ମହାନ୍ତିଙ୍କୁ ପଚରା ଯାଇଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ତାଙ୍କ କହିବା ମୁତାବକ ସେ ସରକାରୀ କାର୍ଯ୍ୟକ୍ରମକୁ ଯିବା ଲାଗି କିଛି ସାଙ୍ଗଙ୍କୁ ପେଟ୍ରୋଲ ପାଇଁ ପଇସା ଦେଉଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୩୧ ତାରିଖରେ 5T ସଚିବ ଯାଜପୁର ଜିଲ୍ଲା ବିଂଝାରପୁର ଗସ୍ତ କରିଥିଲେ।
ଆହୁରି ପଢ଼ନ୍ତୁ:- ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ