ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଏଥିନେଇ ବଡ଼ ସୂଚନା ଦେଲେ ମୋଦି

 
Modi

ବର୍ତ୍ତମାନ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ତେବେ, ବିଶାଳ ସମାବେଶରେ ଯୋଗ ଦେବା ସହିତ ରାଜ୍ୟରେ ବିଜେଡି ସରକାରର ପତନ ଘଟିବ ଏବଂ ବିଜେପି ବିଜୟୀ ହୋଇ ସରକାର ଗଠନ କରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ସେ କହିଛନ୍ତି।

Modi

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

କେବଳ ସେତିକି ନୁହେଁ ବରଂ ଭି.କେ ପାଣ୍ଡିଆନଙ୍କ ଉପରେ ପରୋକ୍ଷ ଭାବରେ ଆକ୍ରମଣ କରିବା ସହିତ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେଥିନେଇ ସୂଚନା ଦେଇଛନ୍ତି ମୋଦି। ତାଙ୍କ କହିବା ଅନୁଯାଇ, “ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ। ଅର୍ଥାତ ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ, କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନାହିଁ। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ”।

Naveen

ଏଥର ବିଧାନସଭାରେ ଭାଜପାକୁ ବିଜୟ ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ଭାଜପାର ବିଜୟ ସହିତ ରାଜ୍ୟକୁ ନୂଆ ନେତୃତ୍ୱ ଏବଂ ଶକ୍ତି ମିଳିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ବରଂ ଆସନ୍ତା ୪ ଜୁନ ବିଜେଡିର ଏକ୍ସପାଏରୀ ଡେଟ୍ ଅଟେ ଏବଂ ୧୦ ଜୁନରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ମୋଦି।

ଆହୁରି ପଢ଼ନ୍ତୁ:- ଖୋର୍ଦ୍ଧାରେ ପ୍ରେମ ପୁରୀ ହୋଟେଲରେ ଶାରୀରିକ ସମ୍ପର୍କ ପରେ ରୁମ୍ ରେ ଯୁବତୀକୁ ଛାଡ଼ି ଫେରାର୍ ଝାଡ଼ଖଣ୍ଡ ପ୍ରେମିକ, ଜାଣନ୍ତୁ ପୁରା ଘଟଣା