ବଡ ବୟାନ ଦେଲେ ମହିଳା, କହିଲେ "ମୁଁ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛି, ଏମାନଙ୍କୁ ଜେଲ୍ ରେ ପୁରାନ୍ତୁ ଏବଂ..."

 
babi das jail

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ଏବେ ଅନେକ କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ସମସ୍ତେ ତ ବିଧାୟକ ବବି ଦାସଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ। ଏହି ବିଧାୟକ ଜଣଙ୍କ ନାଁରେ ଅନେକ କଥା ଆସୁଛି। ଆଉ ଏହି ବିଧାୟକ ଜଣକ ବିଷୟରେ ଆପଣମାନେ ଅନେକ କିଛି କଥା ସୋସିଆଲ ମିଡିଆରେ ଶୁଣିଥିବେ। 

ଏହି ବିଧାୟକ ଜଣକ ଏବେ ଫସି ଯାଇଛନ୍ତି। ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ ଏବେ ତାଙ୍କୁ ନେଇ ଅନେକ କଥା କହିଛନ୍ତି। ସରକାରୀ ଖାତାରେ ବିଧାୟକ ବବି ଦାସଙ୍କ ଘରେ ୯ ଲକ୍ଷ ଖର୍ଚ୍ଚ ହୋଇଛି ବୋଲି ସୂଚନା ଥିବା ବେଳେ ତାଙ୍କ ଆଲିସାନ ବଙ୍ଗଳାରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅନେକ କଥା ଆସୁଛି। ସରକାରଙ୍କ ଅନୁମତି ସେ ନେଇ ନାହାଁନ୍ତି। 

ମାଫିଆ, ଖଣି ମାଫିଆ ଆଉ ଠିକାଦାରଙ୍କ ଟଙ୍କାରେ ସେ ଏହି ଆଲିଶାନ ଘର କରିଥିଲେ। ଏବଂ ସେହି ଆଲିଶାନ ଘରେ ବବି ଦାସ ଅନେକ କିଛି କରିଥିଲେ। ତାଙ୍କ ଆଲିସାନ ବଙ୍ଗଳା ଭଙ୍ଗାକୁ ନେଇ ଜଣେ ମହିଳା କହିଛନ୍ତି,  ଗାତୁଆ ମୂଷା ସବୁ ଏମିତି ଖୋଳ କରି ଦେଇଯାଇଛନ୍ତି ଯାହାକି ଲୋକ ମାନେ କେହି ଜାଣିପାରୁନଥିଲେ। ୨୫ ବର୍ଷ କାଳ ଆମେ ତାଙ୍କୁ ଭୋଟ ଦେଇ ଚାଲିଥିଲୁ। 

ଏବଂ ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରୁଛି ,ପ୍ରଥମେ କେତେଜଣଙ୍କୁ ଜେଲରେ ପୁରାନ୍ତୁ"। ଆଉ ମହିଳା ଜଣକ କହିଛନ୍ତି, ମୋହନ ଚରଣ ମାଝି ହେଉଛନ୍ତି ବିଶ୍ଵାବସୁ। ଯିଏକି ଆସିଛନ୍ତି ଆମ ରାଜ୍ୟକୁ ପରିବର୍ତ୍ତନ ମାରିବା ପାଇଁ। ତେବେ ସୂଚନା ଅନୁସାରେ ବବି ଦାସ ଙ୍କ ଘର ସାମ୍ନା ରେ ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରହୁଛନ୍ତି। 

ସେହି ଘଟଣାକୁ ନେଇ ଅର୍ଗସ୍ ଟିଭି ଚ୍ୟାନେଲ ର ପ୍ରତିନିଧି ଚିନ୍ମୟୀ ତାଙ୍କ ଘର କୁ ଯାଇ ଥିଲେ। ତାଙ୍କ ସାଙ୍ଗରେ କ୍ୟାମେରା ପର୍ସନ ରମେଶ ମଧ୍ୟ ଯାଇଥିଲେ। ରଘୁନନ୍ଦନ ଙ୍କ ଗାର୍ଡ ତାଙ୍କୁ ଯିବା ପାଇଁ ଅନୁମତି ମଧ୍ୟ ଦେଇଥିଲେ। ଏହି ସମୟରେ ଚିନ୍ମୟୀ ତାଙ୍କୁ ବବି ଦାସଙ୍କ ବିଷୟରେ ପଚାରି ଦେଇ ଥିଲେ। ଏଥିରେ ରାଗି ଯାଇଥିଲେ ରଘୁନନ୍ଦନ। ସେ ଚିନ୍ମୟୀଙ୍କୁ କେଉଁ ଟିଭି ଚ୍ୟାନେଲରୁ ଆସିଛ ବୋଲି ପଚାରି ଥିଲେ। ଏହାପରେ ତାଙ୍କ ଉପରେ ରାଗି ଯାଇ କୁକୁର ଛାଡି ପକାଇ ଥିଲେ।