ମନମୋହନଙ୍କ ସହିତ ଲେଖାଶ୍ରୀଙ୍କ ନୂଆ ଡ଼ିଲ୍! ପ୍ରଭୁ ଜଗନ୍ନାଥଙ୍କୁ ବଦନାମ୍ କରିଲେ ମିଳିବ ଟିକେଟ୍

 
lekhashree

ଦିନକୁ ଦିନ ଘନେଇବାରେ ଲାଗିଛି ଗୋମାଂସ ବିବାଦ। ରାଜ୍ୟ ବିଜେପି ଦ୍ୱାରା 5T ଅଧକ୍ଷ ଭି.କେ ପାଣ୍ଡିଆନ ଏବଂ ୟୁଟ୍ୟୁବର୍ କାମିଆ ଜାନିଙ୍କୁ ଗିରଫ ଦାବି କରାଯାଇଛି। ତେବେ, ଏହି ଘଟଣାରେ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି। ଆଉ ଏଥିରେ ସୂତ୍ରଧର ପାଲଟିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପ୍ରଭୁ ଜଗନ୍ନାଥ, ପୁରୀ ଏବଂ ରାଜ୍ୟବାସୀଙ୍କର ଭାବନା ସହିତ ଖେଳିବାକୁ ଲାଗିଛନ୍ତି ଲେଖାଶ୍ରୀ। ୟୁଟ୍ୟୁବର୍ କାମିଆ ଜାନୀ ଶ୍ରୀ ମନ୍ଦିର ଆସି ପରିକ୍ରମା ପ୍ରକଳ୍ପ ଉପରେ ଭିଡ଼ିଓ କରୁଥିବା ଜାଣିବା ପରେ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛନ୍ତି ଲେଖାଶ୍ରୀ। ପରିକ୍ରମା ପ୍ରକଳ୍ପକୁ ବିରୋଧ କରିପାରି ନଥିବା ହେତୁ ଏବେ କାମିଆଙ୍କୁ ନେଇ ଲେଖାଶ୍ରୀଙ୍କୁ ନୂଆ ଏକ ବିଷୟ ମିଳିଯାଇଛି।

Kamia

କାମିଆ ଗୋମାଂସ ଖାଇବାକୁ ସମର୍ଥନ କରୁଥିବା ଏବଂ ନିଜେ ଖାଉଥିବା ଲେଖାଶ୍ରୀ ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି। ଏଭଳି ଜଣେ ମହିଳାଙ୍କୁ କିପରି ଶ୍ରୀମନ୍ଦିର ଭିତରକୁ ଏଣ୍ଟ୍ରି ମିଳିଲା ସେଥିନେଇ ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହିତ ପାଣ୍ଡିଆନ ଥିବାରୁ ତାଙ୍କୁ ମଧ୍ୟ ଗିରଫ ଦାବି କରାଯାଉଛି।

Lekha

ତେବେ, ଏଠାରେ ପ୍ରଶ୍ନ ଉଠେ ଲେଖାଶ୍ରୀ ଏପରି କାହିଁକି କରୁଛନ୍ତି? ଏପରି କରିବା ଦ୍ୱାରା ତାଙ୍କର କି ଲାଭ? ପ୍ରକୃତରେ ଦେଖିବାକୁ ଗଲେ ବିଜେପି ଅଧକ୍ଷ ମନମୋହନ ସମାଲ ଆସିବା ପରଠାରୁ ଲେଖାଶ୍ରୀଙ୍କୁ ଆଉ ସୋସିଆଲ ମିଡିଆରେ ଦେଖିବାକୁ ମିଳୁନାହିଁ। ଆଗକୁ ନିର୍ବାଚନ ଆସୁଥିବା ବେଳେ ଲେଖାଶ୍ରୀ ଗୋମାଂସ ଏବଂ ସରକାରଙ୍କୁ ଯୋଡି ଏଭଳି ମିଛ ପ୍ରଚାର କରୁଥିବା କୁହାଯାଉଛି।

ଆଗାମୀ ନିର୍ବାଚନ ପାଇଁ ଟିକେଟ ପାଇବାକୁ ହେଲେ ଶାସକ ଦଳ ବିରୋଧରେ ଏମିତି ଅଭିଯୋଗ ଆଣି ବଦନାମ କରିବାକୁ କୁଆଡେ ଲେଖାଶ୍ରୀଙ୍କୁ ଉପରୁ ଅର୍ଡର ମିଳିଛି। ଅବଶ୍ୟ ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ସେ ପୂର୍ବରୁ ମଧ୍ୟ ପ୍ରଭୁ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ ଆସିଛନ୍ତି। 

ଆହୁରି ପଢ଼ନ୍ତୁ:- କହୁ କହୁ ତମାନ୍ନା କହିଦେଲେ ନିଜ ଜୀବନର ପ୍ରାଇଭେଟ କଥା, ପ୍ରଥମ ଡେଟରେ ଶାରୀରିକ ସମ୍ୱନ୍ଧ କୁ ନେଇ ଦେଲେ ଏମିତିକା ବୟାନ