ଇସ୍ତଫା ଦେବା ସମୟରେ ନବୀନଙ୍କ ହାତ ଛାଡ଼ିଦେଲେ ଭିକେ ପାଣ୍ଡିଆନ, ଏବେ ଅଛନ୍ତି କେଉଁଠି, ଜାଣନ୍ତୁ ପୁରା ଖବର

 
Naveen pandian

ସରି ଯାଇଛି ୨୦୨୪ ସାଧାରଣ ନିର୍ବାଚନ । ବଦଳି ଯାଇଛି ରାଜ୍ୟ ରାଜନୀତି । ଏଥର ବିଜେଡ଼ି ନୁହେଁ ବରଂ ବିଜେପି ଓଡିଶାରେ ଗଢ଼ିବ ସରକାର । ତେବେ ବିଜେଡିର ପରାଜୟ ପରେ ପ୍ରାୟ ୨୫ ବର୍ଷ ପରେ ବଦଳିବାକୁ ଯାଉଛି ସରକାର ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

 ବର୍ତ୍ତମାନ ସମୟରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାଁ ପାଣ୍ଡିଆନ । ଭିକେ ପାଣ୍ଡିଆନଙ୍କୁ ତ ଆପଣ ସମସ୍ତେ ଜାଣିଥିବେ । ଯେ କି ଏହି ନିର୍ବାଚନ ସମୟର ନବୀନ ପଟ୍ଟନାୟକଙ୍କ ନିକଟରେ ଛାଇ ଭଳି ରହିବା ସହ ବିଜେଡିର ପ୍ରଚାର ପ୍ରସାର ପାଇଁ ଜୋର ସୋରରେ ଲାଗି ପଡ଼ିଥିଲେ ।

A

ତେବେ ଲୋକଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କୁ ନେଇ ଯେତେ ଚର୍ଚ୍ଚା ଶୁଣିବାକୁ ନ ମିଳୁଛି ପାଣ୍ଡିଆନଙ୍କୁ ନେଇ ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା ।

ପାଣ୍ଡିଆନଙ୍କୁ ନେଇ ଅନେକ ପ୍ରଶ୍ନ ଦେଖିବାକୁ ମିଳିଛି ଜନତାଙ୍କ ନିକଟରେ । ଏଥର ରାଜ୍ୟ ଛାଡ଼ିବେ ନା ପୁଣି ଓଡିଶାରେ ରହି ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବେ ? ଏପରି ଅନେକ ପ୍ରଶ୍ନ ।

ତେବେ ପାଣ୍ଡିଆନ ୨୦୧୪ରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିଲେ । ମାତ୍ର ୨୦୨୪ରେ ନିଜ ପଦବୀରେ ରହି ମଧ୍ୟ ବିଜେଡ଼ିର ପ୍ରଚାର ପ୍ରସାର କରୁଥିବାରୁ ତାଙ୍କୁ ଇସ୍ତଫା ମଧ୍ୟ ଦେବାକୁ ପଡ଼ିଥିଲା ।

Naveen Patnaik

ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପରେ ଅନେକେ ସେ କୁଆଡେ ବୋଲି ପ୍ରଶ୍ନ କରିଥିଲେ। ଶଙ୍ଖ ଭବନ ଖାଁ ଖାଁ ପଡ଼ିଥିବା ବେଳେ ବିଜେଡି ପକ୍ଷରୁ କରାଯାଇଥିବା ଖବରଦାତା ସମ୍ମିଳନୀରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ। ଦଳର ନେତା ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଆସି ପ୍ରତିକ୍ରିୟା ରଖିଥିଲେ। ଏହାଛଡ଼ା ବୁଧବାର ଇସ୍ତଫା ଦେବା ପାଇଁ ଏକୁଟିଆ ଆସିଥିଲେ ନବୀନ ପଟ୍ଟନାୟକ। ସବୁବେଳେ ନବୀନଙ୍କ ପାଖେପାଖେ ରହୁଥିବା ପାଣ୍ଡିଆନ୍ ଶେଷ ସମୟରେ କାହିଁକି ନବୀନଙ୍କ ହାତ ଛାଡ଼ିଦେଲେ ସେ‌ନେଇ ଲୋକଙ୍କ ମନରେ ବଡ଼ ପ୍ରଶ୍ନ।