ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବିବାଦୀୟ ବୟାନ ଦେବା କେଜ୍ରିୱାଲଙ୍କୁ ପଡିଲା ମହଙ୍ଗା, ମିଳିବ ଦଣ୍ଡ, ପଢନ୍ତୁ ସମ୍ପୂର୍ଣ ଖବର

 
kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିକ୍ଷିତ ହୋଇ ମଧ୍ୟ ବେଳେ ବେଳେ ମୂର୍ଖାମୀ ର ପରିଚୟ ଦିଅନ୍ତି । ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି କୁ ନେଇ ମନ୍ତବ୍ୟ ଦେବା ଏବେ ତାଙ୍କୁ ମହଙ୍ଗା ପଡ଼ିଲା । ବର୍ତ୍ତମାନ କେଜ୍ରିୱାଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କିଛି ଅନ୍ୟ ରାଜନେତାଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । 

ନୂଆ ସଂସଦ ଭବନ ଉଦଘାଟନୀ ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଳେ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ମତ ଦେବାକୁ ନେଇ ଅଭିଯୋଗ ହୋଇଛି । ଏହି ମନ୍ତବ୍ୟ ଦ୍ୱାରା ସଂପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା, ରାଜନୈତକ ଫାଇଦା ପାଇଁ ଭାରତ ସରକାରଙ୍କ ପ୍ରତି ଥିବା ଆସ୍ଥା ସଂକଟ ସୃଷ୍ଟି କରିବା ଭଳି ଅଭିଯୋଗ ହୋଇଛି ।

kejriwal on president

ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଡିଗ୍ରୀ କୁ ନକଲି କହିଥିଲେ କେଜ୍ରିୱାଲ ଆଉ ଏବେ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ମତ ଦେଇ ଥିବାରୁ IPC ର ଧାରା 121, 135A, 505, 34 IPCରେ ମାମଲା ରୁଜୁ ହୋଇଛି । ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନୀକୁ ଡକାଯାଇନଥିବା ଦର୍ଶାଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରାୟ 20ଟି ବିରୋଧୀ ଦଳ ନୂଆ ସଂସଦ ଉଦଘାଟନୀ ଉତ୍ସବକୁ ବୟକଟ ଘୋଷଣା କରିଛନ୍ତି ।

ଲୋକସଭା ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେନ୍ନାଇ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ପୂଜକ ମାନେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ସମେତ କିଛି ମନ୍ତ୍ରୀ ସାମିଲ ହୋଇପାରନ୍ତି ।