ପୁଣି ତେଜିଲା ପାଣ୍ଡିଆନଙ୍କ ଗିରଫ ଦାବି, ତାଙ୍କ ବିରୁଦ୍ଧରେ ଥାନାରେ ଏତଲା, ଯାଇପାରନ୍ତି ଜେଲ୍

 
paindian jail

ପୁଣି ଚର୍ଚ୍ଚାରେ ଭିକେ ପାଣ୍ଡିଆନ । ଦିନେ ହେଲିକପ୍ଟରରୁ ଗୋଟିଏ ସ୍ଥାନରୁ ଉ ଗୋଟିଏ ସ୍ଥାନକୁ ବୁଲୁଥିବା ପାଣ୍ଡିଆନଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତି ଛାଡିଥିଲେ ଭିକେ ପାଣ୍ଡିଆନ । କିନ୍ତୁ ରାଜନୀତିରୁ ଦୂରେଇ ଯାଇଥିଲେ ବି ଏବେ ତାଙ୍କ ପାଇଁ ବଢିବାରେ ଲାଗିଛି ଅଡୁଆ । 

ହେଲିକପ୍ଟରରେ ଉଡି କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଥିବା ପାଣ୍ଡିଆନ ଏବ ଆଇନର ଜାଲରେ ଛନ୍ଦି ହୋଇଛନ୍ତି । ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ ବିରୁଦ୍ଧରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ହୋଇଛି। 

ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୁଧୀର ଚରଣ ମହାନ୍ତି ଏହି ଏତଲା ଦେଇଛନ୍ତି। ଆଇନଜୀବୀ ସୁଧୀର କୁମାର  ମହାନ୍ତି, ଥାନାର ଦ୍ବାରସ୍ଥ ହୋଇ କହିଛନ୍ତି, ଭିକେ ପାଣ୍ଡିଆନ୍‌ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 

ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଖଣି ମାଫିଆ ତଥା ଜମି ମାଫିଆ ଓ ପାଣି ମାଫିଆଙ୍କ ଠାରୁ ସେ ଶହଶହ କୋଟି ଟଙ୍କା ନେଇ ଖର୍ଚ୍ଚ କରୁଥିଲେ। ସରକାରୀ ଚାକିରି ସମୟରେ କ୍ଷମତାର ଦୁରୂପଯୋଗ କରି ହେଲିକପ୍ଟରରେ ଚାରିଆଡେ ମନଇଚ୍ଛା ବୁଲିବା ଆଦି ଗୁରୁତର ଅଭିଯୋଗ ଏତଲାରେ ଦର୍ଶାଯାଇଛନ୍ତି ଆଇନଜୀବୀ ସୁଧିର ଚରଣ ମହାନ୍ତି। 

ଏବଂ ପାଣ୍ଡିଆନଙ୍କ ଯୋଗୁଁ ଏ ଦେଶ ପଛେଇ ଯାଇଛି। ସେ ଦିନକୁ ଆଗେଇବା ପାଇଁ ବହୁତ ଦିନ ଲାଗିଯିବ। ଏଭଳି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମକଦମା କଲି ଏବଂ ସବୁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କଲି। 

କେମିତି ଚାଟାର୍ଡ ବିମାନରେ ବୁଲୁଥିଲେ ତାର କୌଣସି ତଥ୍ୟ ସରକାରୀ ଦପ୍ତରରେ ମିଳୁ ନାହିଁ। ସରକାର ଚାହିଁଲେ ବିନା ଅନୁମତିରେ ସରକାରୀ ଅର୍ଥକୁ ଯେଉଁ ଅପବ୍ୟୟ କରିଛନ୍ତି ତା ଉପରେ କ୍ରାଇମ୍ ବ୍ରାଞ୍ଚ କିମ୍ବା ପୁଲିସକୁ ତଦନ୍ତ ପାଇଁ ଲଗାଇପାରିବେ।