ବିବାଦୀୟ ଟ୍ୱିଟ କରି କଂଗ୍ରେସ କଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପମାନ, ନେହରୁ ଏବଂ ମୋଦୀଙ୍କୁ ନେଇ କଲା ଏମିତିକା ପୋଷ୍ଟ

 
congress tweet

କଂଗ୍ରେସ ଦଳ ବର୍ତ୍ତମାନ ଟ୍ୱିଟରରେ ଏକ ପୋଷ୍ଟ କରିଛି, ଯାହାକୁ ନେଇ ବିବାଦ ସୃଷ୍ଟି ହେଇଚି । ଏହି ଟ୍ୱିଟରରେ କଂଗ୍ରେସ ଦଳ ଅତି ତଳକୁ ଖସିଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ସାମନାରେ ବାମନ ଭାବେ ପ୍ରଦର୍ଶିତ କଲା ।

ଏହି ଟ୍ୱିଟ ଭାଇରଲ ହେବା ପରେ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରି କଡା ଜବାବ ଦେଇଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ  ଅଧିନମ ଦ୍ୱାରା ସେଙ୍ଗୋଲ ଅର୍ଥାତ ଧର୍ମ ଦଣ୍ଡ ପ୍ରଦାନ କରାଯାଇଥିବା ସତ୍ୱେ ଏହି ଧର୍ମ ଦଣ୍ଡକୁ ସଂଗ୍ରହାଳୟରେ ତାଙ୍କର ବାଡି ବୋଲି ପ୍ରଦର୍ଶିତ କରାଯାଇଥିବା ନେଇ ବିବାଦ ପରେ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ କରା ଯାଇଛି । 

congress tweet on nehuru modi

ଏହି ଟ୍ୱିଟରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେହି ଯେତେ ଚେଷ୍ଚା କଲେ ସୁଦ୍ଧା କେହି ହେଲେ ଜବାହରଲାଲ ନେହେରୁଙ୍କ ସମକକ୍ଷ ହୋଇ ପାରିବେ ନାହିଁ । ଜବାହର ଲାଲ ନେହେରୁଙ୍କ ସାମନାରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାମନ ବୋଲି ଫଟୋରେ ଦର୍ଶାଯାଇଛି । 

ଏହା ଦେଖି ବିଜେପି ପକ୍ଷରୁ \ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଏହାର ଉତ୍ତରରେ ବିଜେପି ପକ୍ଷରୁ ଟ୍ୱିଟରରେ ଏକ ସ୍କେଚ ଜାରୀ କରି  ସେଥିରେ କ୍ୟାମେରା ସାମନାରେ ପଣ୍ଡିତ ନେହେରୁ ଓ କ୍ୟାମେରା ବାହାରେ ଏକଦମ ସୁକ୍ଷ୍ମ ଭାବେ ଦର୍ଶା ଯାଇଛି । ଏହି ସ୍କେଚକୁ ବିଜେପି ଅଫିସିଆଲ ମିଡିଆ ହ୍ୟାଣ୍ଡେଲ ଦ୍ୱାରା ଜାରୀ କରାଯାଇ କୁହାଯାଇଛି ଯେ ଏହା ହେଉଛି ନେହେରୁଙ୍କର ବାସ୍ତବିକତା ।