ରାଜ୍ୟର ତିନୋଟି ଯାଗାରୁ ବଜେପି କଲା ବିଜୟ ହାସଲ, ବିଜେଡ଼ିକୁ ଚାଖିବାକୁ ପଡ଼ିଛି ପରାଜୟର ସ୍ବାଦ

 
bjp win odisha

ବର୍ତ୍ତମାନ ରାଜ୍ୟରେ ବଢିଚାଲିଛି ବଜେପିର ବିଜୟ ଧାରା । ରାଜ୍ୟର ତିନୋଟି ଯାଗାରୁ ବିଜେପି ବିଜୟ ହାସଲ କରିଛି । ଆଉ ବିଜେଡ଼ିକୁ ଚାଖିବାକୁ ପଡ଼ିଛି ପରାଜୟର ସ୍ବାଦ । ସତ୍ୟବାଦୀ ବିଜେଡ଼ି ବିଧାୟକ ଉମା ସାମନ୍ତରାୟକୁ କଡା ଜବାବ ଦେଇଛି ବିଜେପି ।

ବୀରରାମ ଚନ୍ଦ୍ରପୁର ଉପ ନିର୍ବାଚନରେ ବିଜେଡିର ଗଡ଼ରେ ବିଜେପି ବିଜୟ । ବୀରରାମ ଚନ୍ଦ୍ରପୁର ଉପ ନିର୍ବାଚନରେ ବିଜେଡିର ଗଡ଼ରେ ବିଜେପି ବିଜୟ ହୋଇଛି । 201 ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେପି ପାର୍ଥିନୀ ବର୍ଷାରାଣୀ ସେଠି ।

ସେହିପରି, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରଚିପରା ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନରେ ବିଜେଡ଼ିକୁ ଚାଖିବାକୁ ପଡ଼ିଛି ପରାଜୟର ସ୍ବାଦ । ବିଜେପି ସମର୍ଥିତ ପ୍ରାର୍ଥୀ କମଳ ଗଣ୍ଡ ବିଜୟ ହାସଲ କରିଛନ୍ତି । ପରଚିପାରା ପଞ୍ଚାୟତରେ ଗତ ଅଗଷ୍ଟ 9 ତାରିଖ ଦିନ ସମିତି ସଭ୍ୟ ନିମନ୍ତେ ଉପନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ପାଇଁ 12 ଟି ବୁଥ୍ କରାଯାଇଥିବା ବେଳେ ମୋଟ 5148 ଜଣ ମତଦାତା ନିଜ ନିଜର ମତଦାନ କରିଥିଲେ ।

ଆଗାମୀ ନିର୍ବାଚନ ପରେ ଓଡ଼ିଶାରେ BJP ସରକାର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ  ମୋଦୀ

ସେହିପରି କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଦୁଇଟି ଉପ ନିର୍ବାଚନର ଫଳା ଫଳ ଆଜି ଘୋଷଣା ହୋଇଛି । ଆଜି ନିର୍ବାଚନରେ ଗୋତରା ପଞ୍ଚାୟତର ବିଜେପି ସମର୍ଥୀତ ପ୍ରାର୍ଥୀ ସୁଯ୍ୟକାନ୍ତ ପଣ୍ଡା ବିଜେଡି ପ୍ରାର୍ଥୀଙ୍କ ଠାରୁ 253 ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ।

ଆହୁରି ପଢନ୍ତୁ :- ଦିଲ୍ଲୀ ଅର୍ଡିନାନ୍ସ ବିଲ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଆସିଲା ବଡ଼ ବୟାନ, କହିଲେ "ଦିଲ୍ଲୀ ବିଲ୍ ଉପରେ ଆମେ..."