ଏଥର ଓଡ଼ିଶାରେ ଆସିବ ବିଜେପି ସରକାର! ଆରମ୍ଭ ହେଲା ନୂଆ ଷ୍ଟ୍ରାଟେଜି, ଜାଣନ୍ତୁ ପୁରା ଖବର

 
Bjp odisha
ଏଥର ଓଡ଼ିଶାରେ ବାଜି ମାରିବ ବିଜେପି । ଏଥର ବିଜେପି ଜାଣି ପାରିଛି ଓଡ଼ିଶାରେ ନିଜର ଭୁଲ୍ ରାଜନୈତିକ ରୋଡ୍ ମ୍ୟାପ୍ କୁ । କେମିତି ଓ କେଉଁ ବାଟ ଦେଇ ଗଲେ ଓଡ଼ିଶାରେ ଜିତିବା ସହଜ ହେବ ଏ ନେଇ ଅଣ୍ଟା ଭିଡ଼ିଛି ବିଜେପି । ଏଥର ଓଡ଼ିଶାରେ ଭିଡ଼ ଜମିବ କେନ୍ଦ୍ରୀୟ ନେତା ମାନଙ୍କର । ସିଧା ଦିଲ୍ଲୀରୁ ଆସିବେ ମୋଦୀ ଓ ଅମିତ୍ ଶାହା । ଓଡ଼ିଶାର ପ୍ରତି ନିର୍ବାଚନ ମଣ୍ଡଳୀରେ କରିବେ ରାଲୀ ।

ଉ

ଏବେ ରାଉରକେଲାରେ ଚାଲିଛି ସମୁଦ୍ର ମନ୍ଥନ । ଦଳ ବୁଝି ସାରିଛି ବିନା ସଂଗଠନକୁ ସୁଦୃଢ କରି ସମୁଦ୍ର ମନ୍ଥନ କଲେ କୌଣସି ଲାଭ ନାହିଁ । ତେଣୁ କରି ବିଜେପିର ପ୍ରଥମ ଟାର୍ଗେଟ ରହିଛି ଓଡ଼ିଶାରେ ବିଜେପି ସଂଗଠନକୁ ସୁଦୃଢ଼ କରିବା । ଏବଂ ଏହି ସଙ୍ଗଠନର ମୂଳ ଭିତ୍ତିଭୂମି ରହିବେ ଯୁବ ବାହିନୀ । ଓଡ଼ିଶାର ଯୁବ ବାହିନୀ ଏଥର ଦୁଇ ଭାଗରେ ଦେଖା ଯିବେ । ଗୋଟିଏ ପଟେ ବିଜୁ ଯୁବ ବାହିନୀ ଓ ଅନ୍ୟ ପଟେ ମୋଦୀ ଯୁବ ବାହିନୀଙ୍କର ଲଢେ଼ଇ ଦେଖିବ ସାରା ରାଜ୍ୟ ।

ରାଉରକେଲାରେ ଦଳ ପ୍ରଥମ ଶୁଭାରମ୍ଭ କରିଛି । ଦଳ ନିଜ ଟାର୍ଗେଟ କୁ ବିଭିନ୍ନ ସ୍ତରରେ ଭାଗ କରିଛି । ଦଳର ପ୍ରଥମ ଟାର୍ଗେଟ ରେ ରହିଛି ଦଳକୁ ସୁସଂଗଠିତ କରିବା । ବ୍ୟକ୍ତିଗତ ସ୍ୱାର୍ଥକୁ ସମାଧାନ କରି ଦଳୀୟ ସ୍ବାର୍ଥ ପାଇଁ କାମ କରିବା । ଦ୍ଵିତୀୟରେ ଓଡ଼ିଶାରେ ଏକ ସୁଦୃଢ଼ ଯୁବ ବାହିନୀ ଗଠନ କରିବା । ଯେଉଁମାନେ ନିଜର ରାଲି ମାଧ୍ୟମରେ ଲୋକଙ୍କୁ ବିଜେଡିର ଦୁର୍ନୀତି ବିଷୟରେ ଅବଗତ କରାଇବେ । 

ବିଜେପିର ଫୋକସ ଏରିଆ ରହିଛି ସେହି ସବୁ ନିର୍ବାଚନ ମଣ୍ଡଳୀ ଯେଉଁଠାରେ ଗତ ନିର୍ବାଚନରେ ବିଜେପି ୧୦,୦୦୦ ରୁ କମ୍ ଭୋଟ୍ ରେ ହାରିଥିଲା । ପୁରୁଣା ଭୋଟର ଙ୍କ ସହିତ ନୂଆ ଭୋଟର ଙ୍କୁ ବି ଟାର୍ଗେଟ କରିଛି ବିଜେପି । ଗତ ଗୁରୁବାରରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ରାଉରକେଲାରେ ଚାଲିଥିଲା ବିଜେପିର ଓଡ଼ିଶା ଅଧିକାର ଯୋଜନା ।

Dharmendra Pradhan aparajita sarangi

ରାଷ୍ଟ୍ରୀୟ ସଂଗଠନ ମହା ମନ୍ତ୍ରୀ ବିଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ ସହ ପ୍ରଭାରୀ ବିଜୟ ପାଲ୍ ତୋମାଲ୍ ଙ୍କ ଉପସ୍ଥିତିରେ ଜାରି ରହିଥିଲା ଏହି ବୈଠକ । ଏଥର ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ତତ୍ତ୍ଵାବଧାନରେ ତିଆରି କରାଯିବ ନିର୍ବାଚନ ଷ୍ଟ୍ରାଟେଜି । ଦରକାର ପଡିଲେ ମୋଦୀ ବି କରିବେ କ୍ୟାମ୍ପେନ ।