ରାଗିଗଲେ ସୁପ୍ରିମୋ, 24 ବର୍ଷ ଭିତରେ ନବୀନଙ୍କ ଏମିତି ରୂପ କିଏ ଦେଖିନଥିଲା
ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରବେଶ କଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଠିଆ ହୋଇ କିଛି କହିବାକୁ ଆରମ୍ଭ କରିଥିଲେ।
ଏହାପରେ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କଂଗ୍ରେସ ସଦସ୍ୟ ବି ଠିଆ ହେଲେ। ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ କଲେ। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ କକ୍ଷ ତ୍ୟାଗ କରିଛନ୍ତି।
ତେବେ ବିଜେଡି ମଧ୍ୟ କକ୍ଷ ତ୍ୟାଗ କରିବା ସହିତ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ନବୀନଙ୍କ ବିରୋଧୀ ଭୂମିକାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି। ତେବେ ଗୃହ ବାହାରକୁ ଆସି ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଏବଂ ମୋର ଦଳ ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଠ।
କାରଣ ହେଲା ତାଙ୍କର ପୁଅ ଯେପରି ଜଣେ ଓଡିଆ ଅଫିସରଙ୍କୁ ମାରିଲେ ତାହା ଆଇନ ବିରୋଧ କାର୍ଯ୍ୟ। ମୁଁ ଯେତେବେଳେ ସରକାରରେ ଥିଲି ସେତେବେଳେ ବିଧାୟକ, ସାଂସଦ ଏବଂ ଅଫିସରମାନେ ବେଆଇନି କାମ କଲେ ଦଣ୍ଡ ପ୍ରଦାନ କରୁଥିଲି।
ହେଲେ ବର୍ତ୍ତମାନର ସରକାର କାହା କରିପାରୁ ନାହାଁନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଲାଣି ବୋଲି ନବୀନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠନା ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।
ତେବେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଏ ସରକାରରେ ଆଇନ ତା ବାଟରେ ଯିବ। ରାଜଭବନରେ କଣ ଘଟିଥିଲା ତାର ତଦନ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦିଆଯାଇଛି ।