କାହିଁକି ହାରିବା ପରେ ବିଜେଡି ସୁପ୍ରିମ ଏବେ ଆହୁରି ଅଧିକ ସୁସ୍ଥ ଆଉ ସକ୍ରିୟ ଦେଖାଯାଉଛନ୍ତି? 

 
naveen patnaik active

ଗତ ଜୁନ ୪ ତାରିଖରେ ନିର୍ବାଚନ ଫଳ ଆସିବା ପରେ ଗାଦିଚିତ୍ୟୁ ହେଇଛନ୍ତି ନବୀନ ସରକାର । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନବୀନ ପଟ୍ଟନାୟକ ଏବେ ହେଇଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଦିନେ ଯିଏ ଶାସକ ଦଳର ମୁଖିଆ ଥିଲେ ଏବେ ସେ କେବଳ ଜଣେ ବିଧାୟକ ରୂପେ ପରିଚିତ। ରାଜ୍ୟରେ ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତା ହାତେଇଥିବା ସ୍ପଷ୍ଟ ହେଇଥିଲା। 

ଜୁନ ୫ ତାରିଖରେ ଯେତେବେଳେ ନବୀନ ପଟ୍ଟନାୟକ ରାଜ ଭବନକୁ ଏକା ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ଏହି ଦୃଶ୍ୟକୁ ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶା ଦେଖୁଥିଲେ। ତା'ପରେ ଯେତେବେଳେ ନୂଆ ସରକାରଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେପିର ନେତା ମାନେ ମୂଖ୍ୟମନ୍ତ୍ରୀଙ୍କୁ କହିବାକୁ ଯାଇଥିଲେ ସେତେବେଳେ ମଧ୍ୟ ନବୀନ ସମସ୍ତଙ୍କୁ ଭେଟି ହସି ହସି କଥା ହେଇଥିଲେ। 

ଆଉ ଶପଥ ଗ୍ରହଣ ଉତ୍ସବକୁ ନିଶ୍ଚିନ୍ତ ଯିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏପରିକି ନୂଆ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ମଧ୍ୟ ଜୁନ ୧୨ ତାରିଖରେ ଶପଥ ନେବା ଆଗରୁ ସକାଳେ ନବୀନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ପାଇଁ ନବୀନ ନିବାସକୁ ଯାଇଥିଲେ। 

ଆଉ ଶପଥ ଉତ୍ସବକୁ ଆସିବାକୁ ଅନୁରୋଧ ମଧ୍ୟ କରିଥିଲେ। ସେତେବେଳେ ବି ନବୀନ ପଟ୍ଟନାୟକ ବେଶ ହସଖୁସିରେ କଥାବାର୍ତ୍ତା ହେଇଥିଲେ। ଆଉ ଗାଡି ପର୍ଯ୍ୟନ୍ତ ଆସି ନବୀନ ମୋହନ ଚରଣ ମାଝୀଙ୍କୁ ବିଦାୟ ଦେଇଥିଲେ। 

ବିଜେଡି ସୁପ୍ରିମ ଏବେ ଆହୁରି ଅଧିକ ସୁସ୍ଥ ଆଉ ସକ୍ରିୟ ଦେଖାଯାଉଛନ୍ତି:

ଶପଥ ଗ୍ରହଣ କରିବା ଦିନ ଅପରାହ୍ନରେ ଯେତେବେଳେ ଜନତା ମଇଦାନରେ ଶପଥ ସମାରୋହରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପହଞ୍ଚିଥିଲେ। ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ କେନ୍ଦ୍ର ମନ୍ତ୍ରୀ, ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ମାନେ ନିଜ ନିଜ ଆସନରୁ ଉଠି ନବୀନଙ୍କୁ ସମ୍ମାନର ସହିତ ମଞ୍ଚକୁ ନେଇଥିଲେ। 

Odisha CM-designate Mohan Charan Majhi meets Naveen Patnaik, invites him to  swearing-in ceremony - The Hindu

ତାହା ସମସ୍ତଙ୍କୁ ଖୁବ ଆନନ୍ଦିତ କରୁଥିଲା। ପୂର୍ବରୁ ନିଷ୍କ୍ରିୟ ଆଉ ରୁଗଣ ଦେଖାଯାଉଥିବା ବିଜେଡି ସୁପ୍ରିମ ଏବେ ଆହୁରି ଅଧିକ ସୁସ୍ଥ ଆଉ ସକ୍ରିୟ ଦେଖାଯାଉଛନ୍ତି। ଏହା ଦେଖି ଲୋକେ କହୁଛନ୍ତି ନବୀନ ପୁଣି 2029 ନିର୍ବାଚନ ଲଢ଼ିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।