ଚାକିରୀ ଛାଡ଼ିଲେ ପାଣ୍ଡିଆନ୍ କିନ୍ତୁ ଏହି କାରଣରୁ ରାଗି ରକ୍ତ ଚାଉଳ ଚୋବାଉଛନ୍ତି ବିଜେଡି ନେତା

 
Pandian

ବହୁ ବାଦ ବିବାଦ ପରେ ଶେଷରେ ଚାକିରୀ ଛାଡ଼ି ରାଜନୀତିରେ ଯୋଗ ଦେଇଛନ୍ତି ପୂର୍ବତନ ୫-ଟି ସଚିବ ଭି.କେ ପଣ୍ଡିଆନ। ବିଜେଡି ପକ୍ଷରୁ ତାଙ୍କୁ କ୍ୟାବିନେଟ ପାହ୍ୟା ଦିଆ ଯାଇଥିବା ବେଳେ କିଛି ଲୋକଙ୍କୁ ଏହା ଆଦୌ ପସନ୍ଦ ଆସିନାହିଁ। ଦୀର୍ଘ ୧୦ ବର୍ଷ ଧରି ପାଣ୍ଡିଆନ୍ ପରଦା ପଛରେ ରହି ଲୋକଙ୍କର ସେବା କରି ଆସୁଛନ୍ତି।

Naveen pandian

ତେବେ, ସେ ମନ୍ତ୍ରୀ ହେବା ଖବର ଦଳର ହିଁ କିଛି ନେତା ସହଜରେ ହଜ଼ମ କରିପାରିନାହାଁନ୍ତି। ମନ୍ତ୍ରୀ ହେବାପରେ ପାଣ୍ଡିଆନଙ୍କୁ କିଛି ଯୁବ ନେତା ଶୁଭେଚ୍ଛା ମଧ୍ୟ ଜଣାଇନାହାଁନ୍ତି। ଏଥିରୁ ଦଳ ମଧ୍ୟରେ କନ୍ଦଳ ରହିଥିବା ମଧ୍ୟ ଅନୁମାନ କରାଯାଇପାରେ। କେବଳ ସେତିକି ନୁହେଁ ନବୀନଙ୍କ ପରେ ଭି.କେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖା ଯାଉଥିବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।

Politician

କେବଳ ସେତିକି ନୁହେଁ ବରଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ମିଶ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୁଦାମ ମାରାଣ୍ଡିଙ୍କ ଭଳି କେତେକ ବିଶିଷ୍ଟ ମନ୍ତ୍ରୀ ମାନେ ମଧ୍ୟ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇନାହାଁନ୍ତି। ଦଳରେ ଅନେକ କନିଷ୍ଠ ଏବଂ ବରିଷ୍ଠ ନେତା ଥାଇ ମଧ୍ୟ ପାଣ୍ଡିଆନଙ୍କୁ ଯେଉଁଭଳି ଭାବରେ ପ୍ରାଧାନ୍ୟ ଦିଆଯାଉଛି ତାହା ଅନ୍ୟମାନେ ଗ୍ରହଣ କରିପାରୁନାହାଁନ୍ତି।

ଗୋଟିଏ ପଟେ ପାଣ୍ଡିଆନ୍ ଯେତେବେଳେ ଚାକିରୀରେ ଥିଲେ ସେତେବେଳେ ତାଙ୍କୁ ଚାକିରୀ ଛାଡ଼ି ରାଜନୀତି କରିବା ପାଇଁ ଅନେକ ମନ୍ତ୍ରୀ କହିଥିଲେ। କିନ୍ତୁ, ଏବେ ସେ ମନ୍ତ୍ରୀ ହେବାପରେ କାହିଁକି ତାଙ୍କୁ ଶୁଭେଚ୍ଛା ଦିଆଗଲାନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ:- ପାକିସ୍ତାନୀ କ୍ରିକେଟର ଦିନକୁ ଖାଉଛନ୍ତି ୮ କେଜି ଛେଳି ମାଂସ..! ଖାଇବାକୁ ନେଇ ଉଠିଲା ପ୍ରଶ୍ନ, ଜାଣନ୍ତୁ ପୁରା ଖବର