ଅପରାଜିତାଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ହିଂସାତ୍ମକ ଆଚରଣ ପରେ କାହିଁକି ଚୁପ୍ ଅଛନ୍ତି ମାଡାମ୍, ଜାଣନ୍ତୁ ପୁରା ଖବର

 
Aparajita prasant jagdev

ବିଜେପି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଜେଡି କର୍ମୀ ! ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦେଲେ ଫେରାଦ । ବିଜେପି ବିଧାୟକଙ୍କ ଏପରି ଅରାଜକ ଶାସନକୁ ନେଇ ବିଜେଡି ଉଠାଇଲା ପ୍ରଶ୍ନ । ଏ ସମସ୍ତ ଅପରାଧ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ନାରେ ହୋଇଥିବା ବେଳେ ଅପରାଜିତା କାହିଁକି ଅଛନ୍ତି ଚୁପ ?

Prasant jagadev

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦଳୀୟ ସହାନୁଭୂତି ଦେଖାଇ ଜନ ସ୍ବାର୍ଥ ଓ ଗଣତନ୍ତ୍ରକୁ ଧୂଳିସାତ କରୁଛି ବିଜେପି । ଏପରି ଅଭିଯୋଗ ଆଣିଲେ ବିଜେଡି କର୍ମୀ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଆସିବା ଅଭିଯୋଗ । ବିଜେଡି କର୍ମୀ ପ୍ରଶାନ୍ତଙ୍କ ନାଆଁ ରେ ଅଭିଯୋଗ ନେଇ ଦ୍ୱାରସ୍ଥ ହେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ । 

ବିଜେଡି କର୍ମୀଙ୍କ ଅଭିଯୋଗ ଅନୁସାରେ ବିଧାୟକ ପ୍ରଶାନ୍ତ ଜଗଦେବ ଜଣେ ଉଗ୍ରବାଦୀ ନେତା ଅଟନ୍ତି । ସେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉ କି ଛପଗିରିରେ ଯୁବକଙ୍କ ଉପରେ ସିଧା ସଳଖ ଆକ୍ରମଣ ହେଉ । ଏପରି ଅନେକ ବେଆଇନ କାମ କରିଛନ୍ତି ପ୍ରଶାନ୍ତ ।

Aparajita sarangi

ବିଜେଡି ସବୁ ଠାରୁ ବଡ଼ ପ୍ରଶ୍ନ ଉଠାଇଛି ଏହି ଦୁଇଟି ଅପରାଧ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ବେଳେ କାହିଁକି ଅପରାଜିତା ଷଡ଼ଙ୍ଗୀ ରହିଛନ୍ତି ଚୁପ୍ ? ବିଜେଡି ଏ ନେଇ ଲିଖିତ , କଥିତ ତଥା କିଛି ଭିଜୁଆଲ ଫୁଟେଜ ମଧ୍ୟ ଉପସ୍ଥାପନା କରିଛି ନିର୍ବାଚନ କମିଶନଙ୍କ ନିକଟରେ ।