ପାଣ୍ଡିଆନ ଆଗରେ ହାର ମାନିଲା ବିଜେପି! ମେଣ୍ଟ ପାଇଁ ବିଜେଡି ହଁ ରେ ହଁ କହିଲା ବିଜେପି, ରାଜଦୀପଙ୍କ ଟ୍ୱିଟ ହେଲା ଭାଇରଲ

 
bjp bjd menta

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ ପୁଣିଥରେ ମେଣ୍ଟ ଚର୍ଚ୍ଚା ଜୋର ଧରିଲାଣି। ଚଳିତବର୍ଷ ବିଜେଡି ବିଜେପି ମଧ୍ୟରେ ପୁଣିଥରେ ମେଣ୍ଟ ହୋଇପାରେ ବୋଲି ଖୁବ ଚର୍ଚ୍ଚା ହେଉଛି। ଉଭୟ ଦଳ ପ୍ରତିନିଧିଙ୍କ ମଧ୍ୟରେ ଏପରିକି ଦିଲ୍ଲୀରେ ମଧ୍ୟ ଏଥିନେଇ ଘନ ଘନ ବୈଠକ ବସିଥିବା ଶୁଣିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଉଛି ବିଜେଡି କଥାରେ ବିଜେପି ମଧ୍ୟ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।

Bjd bjp

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋଶାଲ ମିଡିଆ ପୋଷ୍ଟ ଏହି ଖବରକୁ ନେଇ ଖୋରାକ ଯୋଗାଉଅଛି। ଚଳିତବର୍ଷ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ହୋଇପାରେ ବୋଲି ସେ ଏକ୍ସ ମାଧ୍ୟମରେ ଲେଖିଛନ୍ତି। ଏପରି ହେଲେ ବିଜେପି ୧୩ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ବିଜେଡି ଭାଗରେ ୮ ଆସନ ରହିବ। 


ସେହିପରି ବିଧାନସଭା ଆସନ ମଧ୍ୟରୁ ବିଜେପି ୪୯ ଏବଂ ବିଜେଡି ହାତରେ ୯୮ ଆସନ ରହିପାରେ। ସେହିପରି ଭାବରେ ଦେଖିବାକୁ ଗଲେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀ ଗସ୍ତ କରିବା ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ଦୃଢ଼ିଭୂତ କରୁଅଛି।

Bjd bjp

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। କିନ୍ତୁ, ଏଥିରେ ଓଡିଶା ପାଇଁ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିନଥିଲା। ବାକିଥିବା ୮ ରାଜ୍ୟର ୯୯ ସିଟ ପାଇଁ ଗତକାଲି ବୈଠକ ବସିଥିବା ଏବଂ ଏଥିରେ ଓଡିଶା ପ୍ରାର୍ଥୀପତ୍ରକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ମେଣ୍ଟକୁ ନେଇ ପ୍ରଶ୍ନ ପଚରା ଯାଇଥିବା ବେଳେ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।