ଓଡ଼ିଶା ବିଜେପିର ବଡ଼ ଘୋଷଣା, ପ୍ରତି ମାସ ମହିଳାଙ୍କୁ ମିଳିବ ୧ ହଜାର ଭତ୍ତା, ମହିଳା ଭୋଟ୍ ପାଇଁ ମାଷ୍ଟରପ୍ଲାନ୍, ଜାଣନ୍ତୁ ପୁରା ଖବର

 
Odisha bjp

ବିଜେପିର ନୂଆ ଷ୍ଟ୍ତାଟେଜି ; ଆଗାମୀ ନିର୍ବାଚନ ପାଇଁ ଟାର୍ଗେଟ ରେ ରହିବେ ମହିଳା ! ବିଜେପିର ବଡ ଘୋଷଣା , ଏଥର ମହିଳା ମାନଙ୍କୁ ଦିଆଯିବ ମାସିକ ଆର୍ଥିକ ସହାୟତା । ଓଡ଼ିଶାରେ ବି ରାଜ୍ୟ ବିଜେଡ଼ି ସରକାରର କିଛି ବର୍ଷ ଧରି ମହିଳା କେନ୍ଦ୍ରୀୟ ଷ୍ଟ୍ରାଟେଜି ଚାଲି ଆସୁଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ମହିଳା ଯୋଜନାକୁ କାଉଣ୍ଟର କରି ମହିଳା ମାନଙ୍କ ପାଇଁ ନୂତନ ଯୋଜନା ଆଣିବେ କେନ୍ଦ୍ର ସରକାର ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପୂର୍ବରୁ ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପି ଠିକ୍ ସମାନ ଢ଼ଙ୍ଗର ଘୋଷଣା କରି ସରକାର ଗଢ଼ିଥିଲା । ବିଜେପି ହୁଏ ତ ଏଥର ବୁଝି ସାରିଛି , ଓଡ଼ିଶାରେ ସରକାର ଗଢ଼ିବାକୁ ହେଲେ ଆଦିବାସୀ ସମେତ ମହିଳା ବର୍ଗଙ୍କୁ ମଧ୍ୟ ନିଜ ଆଡକୁ କରିବାକୁ ପଡ଼ିବ । ଯାହା ଦ୍ୱାରା ରାଜ୍ୟ ବିଜେଡିର ଭୋଟ ବିଜେପି ଖାତାକୁ ଯାଇ ପାରିବ ।

E

ଏଣିକି ମହିଳା ବର୍ଷକୁ ପାଇବେ ବାର ହଜାର ! ବିଜେପି ଆଗକୁ ସରକାର ଗଢିଲେ ପ୍ରତି ମହିଳାଙ୍କୁ ମାସିକ ହଜାର ଟଙ୍କା ଅର୍ଥାତ୍ ବର୍ଷକୁ ବାର ହଜାର ଟଙ୍କାର ଘୋଷଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ବିଜେପିର ଯଦି ପୂର୍ବ ହିଷ୍ଟ୍ରି କୁ ଦେଖାଯାଏ , ବିଜେପି ପୂର୍ବରୁ ମଧ୍ୟ ମହିଳା ଓ ଶିଶୁ ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛି । ଯେଉଁଥି ପାଇଁ ପୂର୍ବ ନିର୍ବାଚନ ଗୁଡିକରେ ମଧ୍ୟ ବିଜେପି ଆକାଉଣ୍ଟ କୁ ମହିଳା ମାନଙ୍କର ଏକ ବଡ ସଂଖ୍ୟାରେ ଭୋଟ ଯାଇଥିଲା ।

ବିଜେପିର ଏହି ଷ୍ଟ୍ତାଟେଜି ମହଙ୍ଗା ପଡ଼ିପାରେ ବିଜେଡିକୁ । ଏଥର ନିର୍ବାଚନରେ ଦେଖିବାକୁ ମିଳିବ ଏକ କଡ଼ା ଟକ୍କର । ସେ ନିର୍ବାଚନରେ ହେଉ ବା ପ୍ରତିଦ୍ବନ୍ଦିତାରେ । ତେବେ ଦେଖିବା ବାକି ରହିଲା ଏହି ସବୁ ଯୋଜନାରେ କେତେ ଉପକୃତ ହେଉଛନ୍ତି ଜନତା ।