ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି ପୂର୍ବରୁ, ବିଜେପି ରେ ବିଦ୍ରୋହ, ଗୋପାଳପୁର ବିଧାୟକଙ୍କ ବଢ଼ିଲା ଅଡୁଆ

 
pradeep panigrani

ଆଗାମୀ ଦିନରେ ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଗଞ୍ଜାମ ଜିଲ୍ଲା ବିଜେପି ରେ ବିଦ୍ରୋହ ଦେଖାଦେଇଥିବା ଆଲୋଚନ ହେଉଛି ।  ବିଜେଡିରୁ ବିଦା ହେବା ପରେ ଗୋପାଳପୁର ରାଜନୀତି କୁ ଦୃଢ କରିବା ପାଇଁ ପ୍ରଦୀପ ଲାଗିପଡିଥିବା ବେଳେ ଏବେ ବିଜେପି ରେ ଏଣ୍ଟ୍ରି ନହେଉଣୁ ତାଙ୍କୁ ଦଳରେ ବିଦ୍ରୋହ ର ସାମ୍ନା କରିବାକୁ ପଡିଛି ।

ଦଳରେ ପ୍ରଦୀପଙ୍କ ଏଣ୍ଟ୍ରି କୁ ବିରୋଧ କରି ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ରାଷ୍ଟ୍ରୀୟ ଅଧ୍ୟକ୍ଷ J P Nadda ଙ୍କ ନିକଟରେ ଫେରାଦ ହୋଇଥିବା ନେ଼ଇ ବିଜେପି ମହଲରେ ଚର୍ଚ୍ଚା ହେଉଛି । ବିଜେପି ରେ ପ୍ରଦୀପଙ୍କ ଏଣ୍ଟ୍ରି ହେଲେ ସେ ଦଳ ଛାଡିବାକୁ ବାଧ୍ୟ ହେବେ ବୋଲି ବିଭୂତି କୁଆଡେ ସଫା ସଫା ଶୁଣାଇଦେଇଛନ୍ତି। ଦଳୀୟ ନେତୃତ୍ଵ ଙ୍କ ପାଇଁ ଏହା ଏବେ ନୂଆ ଅଡୁଆ ସୃଷ୍ଟି କରିଛି ।

pradeep panigrahi

ବର୍ତମାନ ପ୍ରଦିପ ପାଣିଗ୍ରାହୀ ବିଜେପିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି, ବିଶେଷ କରି ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଦିପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଓ ସେହି ଫୋଟୋ ବିଭିନ୍ନ ପ୍ଲାଟଫର୍ମ ରେ ସେୟାର କରିବା ଏବେ ଦଳରେ ବିଦ୍ରୋହର ସୂତ୍ରପାତ କରିଛି ।

ପ୍ରଦିପ ନିଜ ନିର୍ବାଚନମଣ୍ଡଳୀ ର ଲୋକାଙ୍କୁ ଠକି ଟାଟା କମ୍ପାନୀ ରେ ଚାକିରି କରାଇଦେବାକୁ କହି କିପରି ଟଙ୍କା ମାଗୁଛନ୍ତି ତାର ଏକ ଅଡିଓ କ୍ଲିପ ବିଭୂତି J P Nadda ଙ୍କୁ ପ୍ରଦାନ କରିଥିବା କଥା ବିଭୁତିଙ୍କ କିଛି ସମର୍ଥକ କହୁଛନ୍ତି । ଖାଲି ସେତିକି ନୁହେଁ ପ୍ରଦିପ ଙ୍କ ଭଳି ଜଣେ ଠକ ନେତା ବିଜେପି କୁ ଆସିଲେ ବିଭୂତି ଦଳ ଛାଡ଼ିଦେବେ ବୋଲି ମଧ୍ୟ ଧମକ ଦେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । 

ପ୍ରଦିପ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଟାଟା କମ୍ପାନୀ ରେ ଚାକିରି କରାଇଦେବା ନାଁ ରେ କୋଟି କୋଟି ଟଙ୍କା ଠକି ନେଇଥିବା କଥା ଅଭିଯୋଗ ହୋଇଥିଲା, ମାମଲାରେ ପ୍ରଦିପ ଜେଲ୍ ଜାଇ ଜାମିନ୍ ରେ ଥିବା ବେଳେ କିଛି ମାମଲାରେ କୋର୍ଟ ଚାର୍ଜ୍ଜ ଫ୍ରେମ୍ କରିଛନ୍ତି । ଜଣେ ଜନପ୍ରତିନିଧି ଭାବେ ପ୍ରଦିପ ଙ୍କ ଏଭଳି ଆଚରଣକୁ ଜିଲ୍ଲା ବାସୀ ଛି ଛି କରୁଥିବା ବେଳେ ଦଳ ତାଙ୍କୁ କିପରି ଗ୍ରହଣ କରିବାକୁ ଯାଉଛି ବୋଲି ବିଭୂତି କୁଆଡେ ପ୍ରଶ୍ନ ଉଠାଇଛନ୍ତି ।

ତେବେ 2019 ରେ ପ୍ରଦୀପଙ୍କୁ ଗୋପାଳପୁରରେ କଡା ଟକ୍କର ଦେଇଥିଲେ ବିଭୂତି । ମାତ୍ର 2673 ଭୋଟ ବ୍ୟବଧାନରେ ବିଜୟି ହୋଇଥିଲେ ପ୍ରଦିପ, ତେବେ ଏହାରି ଭିତରେ ଚିତ୍ର ବଦଳି ଯାଇଛି। ପ୍ରଦୀପଙ୍କ ଜନବିରୋଧୀ ଚରିତ୍ର ପଦାରେ ପଡ଼ିବା ପରେ ନିର୍ବାଚନମଣ୍ଡଳୀରେ ବିଭୂତି ଙ୍କ ଲୋକପ୍ରିୟତା ଢେର ବୃଧି ପାଇଛି ।